You are currently viewing ଗଞ୍ଜାମ ଜିଲ୍ଲା ବାସୀଙ୍କ ପାଇଁ ଖୁସି ଖବର; କମିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା!

ଗଞ୍ଜାମ ଜିଲ୍ଲା ବାସୀଙ୍କ ପାଇଁ ଖୁସି ଖବର; କମିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା!

  • Post category:ଓଡିଶା
  • Reading time:1 mins read

ଗଞ୍ଜାମ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସେପଟେ ମୃତ୍ୟୁ ସଂଖ୍ୟାବି ଧିରେଧିରେ ବଢ଼ୁଛି । ଆଜି ଦିନକରେ ରାଜ୍ୟରୁ ୩୨୬୭ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ରାଜ୍ୟରେ ଆଜି ୯ଜଣଙ୍କୁ ମିଶାଇ ମୃତ୍ୟୁ ସଂଖ୍ୟା ୫୩୧ରେ ପହଞ୍ଚିଛି । ତେବେ ଗଞ୍ଜାମ ଜିଲ୍ଲାରେ କିଛି ଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଦିନେ ରାଜ୍ୟର ହଟସ୍ପଟ ଏରିଆ ଭାବେ ପରିଚିତ ଗଞ୍ଜାମ ଜିଲ୍ଲା ଆଜି ନିୟନ୍ତ୍ରଣାଧିନ । ଆଜି ଆସିଥିବା ରିପୋର୍ଟ ଅନୁସାରେ ଗଞ୍ଜାମ ଜିଲ୍ଲାରୁ ୯୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଗଞ୍ଜାମବାସୀଙ୍କୁ ଟିକେ ଆସ୍ୱସ୍ଥି ମିଳିଥିବା ଜଣାପଡ଼ିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।