You are currently viewing ମେଡିକାଲ୍ ପରିସରରେ ଡାକ୍ତରଙ୍କ ଆତଙ୍କରାଜ୍, ସିକ୍ୟୁରିଟି ଗାର୍ଡ ଏବଂ ପୋଲିସ କର୍ମଚାରୀଙ୍କୁ ଲୁହା ରଡରେ ପିଟିଲେ

ମେଡିକାଲ୍ ପରିସରରେ ଡାକ୍ତରଙ୍କ ଆତଙ୍କରାଜ୍, ସିକ୍ୟୁରିଟି ଗାର୍ଡ ଏବଂ ପୋଲିସ କର୍ମଚାରୀଙ୍କୁ ଲୁହା ରଡରେ ପିଟିଲେ

ପୁରୀ(ଏଏନଏସ)୦୯/୧୧: ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଦୃଶ୍ୟ । ମେଡିକାଲ୍ ପରିସରରେ ଡାକ୍ତରଙ୍କ ଆତଙ୍କରାଜ। ଗାଡି ପାର୍କିଂକୁ ନେଇ ଜଣେ ଡାକ୍ତର ମେଡିକାଲରେ ଡ୍ୟୁଟି କରୁଥିବା ସିକ୍ୟୁରିଟି ଓ ପୋଲିସକୁ ଲୁହା ରଡରେ ଆକ୍ରମଣ କରିଛନ୍ତି । ମଦ୍ୟପାନ କରି ଡାକ୍ତର ଜଣକ ଏଭଳି କାଣ୍ଡ ଭିଆଇଥିବା ବେଳେ ମେଡିକାଲରେ କିଛି ସମୟ ଧରି ଆତଙ୍କ ସୃଷ୍ଟି ହୋଇଥିଲା।

ସୂଚନା ଅନୁଯାୟୀ ମେଡିକାଲ ଭିତରକୁ ସମସ୍ତ ଯାନ ପ୍ରବେଶ ଉପରେ କଟକଣା ଥିବାବେଳେ ହସ୍ପିଟାଲ ବାହାରେ ଗାଡି ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । କିନ୍ତୁ ଏହି ଡାକ୍ତର ଜଣକ ମେଡିକାଲ ଭିତରକୁ ତାଙ୍କ ସ୍କୁଟର ଆଣିଥିବା ବେଳେ ଡ୍ୟୁଟିରେ ଥିବା ସିକ୍ୟୁରିଟି ଗାର୍ଡ ଏହାକୁ ବାରଣ କରିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଓ ଯୁକ୍ତିତର୍କ ହୋଇଥିଲା। ଏନେଇ ଡାକ୍ତରଙ୍କ ହାତରୁ ଲୁହା ରଡ ଛଡାଇ ଆଣିବାକୁ ଜଣେ ପୋଲିସ କର୍ମଚାରୀ ଉଦ୍ୟମ କରୁଥିବା ବେଳେ ଡ଼ାକ୍ତର ଜଣକ  ଉତକ୍ଷିପ୍ତ ହୋଇ ଉଭୟଙ୍କୁ ଆକ୍ରମଣ କରିଥିଲେ। ସେଠାରେ ଉପସ୍ଥିତ ଥିବା କିଛି ଲୋକେ ଡାକ୍ତରଙ୍କୁ କାବୁ କରିବା ସହ ତାଙ୍କ ହାତରୁ ଲୁହା ରଡ ଛଡାଇ ଆଣିଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଡ଼ାକ୍ତରଙ୍କ ପରିଚୟ ମିଳିପାରିନାହିଁ । ତେବେ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୋସିଆଲ ମିଡ଼ିଆରେ ଦାବି ଜୋର ଧରିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।