ଭୁବନେଶ୍ୱର(ଏଏନଏସ)୧୩/୧୦,ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ ଆୟୋଗ (ଇସି)। ପ୍ରଚାର ସମୟରେ ଉପହାର ଆକାରରେ ରାଜନୈତିକ ଦଳଗୁଡ଼ିକ ଶାଢ଼ି ଓ ସାର୍ଟ ଦେବା ପାଇଁ ମନା କରିଛନ୍ତି ନିର୍ବାଚନ ଆୟୋଗ । ଏହାଛଡ଼ା ନିର୍ବାଚନ ଆୟୋଗ ଆହୁରି ବି କହିଛନ୍ତି ଯେ ରାଜନୈତିକ ପ୍ରଚାର ପାଇଁ କୌଣସି ସରକାରୀ ବା ବେସରକାରୀ ଶିକ୍ଷାନୁଷ୍ଠାନ ପଡ଼ିଆକୁ ବ୍ୟବହାର କରାଯିବ ନାହିଁ । ଏହା ବ୍ୟତୀତ ଯଦି କୌଣସି ସାର୍ବଜନୀନ ସ୍ଥାନକୁ ବିଜ୍ଞାପନ ପ୍ରଦର୍ଶନ କରିବାକୁ ଉପଲବ୍ଧ କରାଯାଏ, ସେହି ସ୍ଥାନକୁ ଯଦି ପୂର୍ବରୁ କୌଣସି ବ୍ୟକ୍ତି କିମ୍ବା ଏଜେନ୍ସିକୁ ଆବଣ୍ଟନ କରାଯାଇଛି ତେବେ ନଗରପାଳିକା କର୍ତ୍ତୃପକ୍ଷଙ୍କ ଜରିଆରେ ଜିଲ୍ଲା ନିର୍ବାଚନ ଅଧିକାରୀ ନିଶ୍ଚିତ କରିବା ଉଚିତ ଯେ ସମସ୍ତ ରାଜନୈତିକ ଦଳକୁ ବିଜ୍ଞାପନ ପ୍ରଦର୍ଶନ ପାଇଁ ସମାନ ସୁଯୋଗ ମିଳିବା ଉଚିତ । ଆୟୋଗ ଆହୁରି ସ୍ପଷ୍ଟ କରି କହିଛନ୍ତି ଯେ ବିଜ୍ଞାପନ ଜରିଆରେ କୌଣସି ପ୍ରକାରର ଉସୁକାଇବା କିମ୍ବା କୌଣସି ସଂପ୍ରଦାୟ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିବା ଆଦୌ ଗ୍ରହଣୀୟ ନୁହେଁ । ପ୍ରଚାର ସମୟରେ କୌଣସି ଦଳ ଦ୍ବାରା ମିଳିଥିବା ଟୋପି, ଫେସ୍ମାସ୍କ, ପନ୍ଧିବାର ଅନୁମତି ରହିଛି। ମାତ୍ର କୌଣସି ରାଜନୈତିକ ଦଳ ଶାଢ଼ି ଓ ସାର୍ଟ ଦେଇପାରିବେ ନାହିଁ। କୌଣସି ବେସରକାରୀ ସ୍ଥାନରେ ଯଦି ସ୍ଥାନୀୟ ଆଇନ୍ କାନ୍ଥରେ ଲେଖିବା, ସ୍ଥାୟୀ ପୋଷ୍ଟର୍ ଲଗାଇବା କିମ୍ବା ସହଜରେ ଛଡ଼ାଇ ହେଉନଥିବା ପରି ବିଜ୍ଞାପନକୁ ଅନୁମତି ପ୍ରଦାନ କରୁନାହିଁ ତ ରାଜନୈତିକ ଦଳଗୁଡ଼ିକ ଜୋର୍ଜବରଦସ୍ତ ଏପରି କାର୍ଯ୍ୟ କରିପାରିବେ ନାହିଁ। ଏଥିପାଇଁ ସଂପତ୍ତିର ମ।ଲିକଙ୍କ ଅନୁମତି ବାଧ୍ୟତ।ମୂଳକ।
ଝଗଡ଼ା ହେବାରୁ ରାସ୍ତାରେ ପିଲାକୁ ଛାଡ଼ି ପଳାଇଲେ ମା ବାପା ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ଟାର୍ଗେଟ କଲେ ଜୟନାରାୟଣବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ ପରେ ଟାର୍ଗେଟ କଲେ ଜୟନାରାୟଣପୋଷା କୁକୁରଙ୍କ ପାଇଁ ଆଇନ ଆଣିବ ବିଏମସିଭୂମିକମ୍ପରେ ଥରିଲା ୩ ଦେଶହୋର୍ଡିଂ ଉପରୁ ୨ ଘଣ୍ଟା ପରେ ଉଦ୍ଧାର ହେଲେ ଯୁବକପୁରୀରେ ମମତା ବାନାର୍ଜୀଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନବିଧାନସଭାରେ ହଟ୍ଟଗୋଳଗୃହରେ ଜଙ୍ଗଲ ନିଆଁ