ବଜାରରେ ମିଳୁଛି ନକଲି କରୋନା ଔଷଧ!

ବରଗଡ଼, ସାରା ବିଶ୍ୱରେ କରୋନା ମହାମାରୀ କାୟା ବିସ୍ତାର କରି ଚାଲିଛି। ଏହାରି ଭିତରେ ମାତିଲେଣି କରୋନା ନକଲି ଔଷଧ ବ୍ୟବସାୟୀ। କରୋନା ପାଇଁ ଟୀକା ବାହାରି ନ ଥିବା ବେଳେ କିିଛି ଅସାଧୁ ଔଷଧ ବ୍ୟବସାୟୀ ଏହାର ଫାଇଦା ଉଠାଇ ଲୋକଙ୍କୁ ଠକିବା ଆରମ୍ଭ କରିସାରିଲେଣି। ଏଭଳି ଚିତ୍ର ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଭେଡେନ ଥାନା ରୁଷୁଡ଼ା ଗାଁରେ। ଉକ୍ତ ଗ୍ରାମରେ ଜଣେ ବ୍ୟକ୍ତି ନକଲି କରୋନା ଔଷଧ ପ୍ରସ୍ତୁତ କରାଯାଉଥିବା ପୋଲିସ ଖବର ପାଇଥିଲା। ସମ୍ବଲପୁର ଡ୍ରଗ୍ସ ଇନ୍ସପେକ୍ଟର ଓ ପୋଲିସ ମିଳିତ ଭାବେ ଚଢାଉ କରି ଶନିବାର ବିପୁଳ ପରିମାଣର ଔଷଧ, ଖୋଳ, ପାଉଡର, ରାସାୟନିକ ପଦାର୍ଥ ଜବତ କରି ଏକ ମାମଲା ରୁଜୁ କରଯାଇଛି।

Leave A Reply

Your email address will not be published.