You are currently viewing ୯ରେ ଇକୋ ରିଟ୍ରିଟ୍‌ର ଉଦ୍‌ଘାଟନୀ ଉତ୍ସବ

୯ରେ ଇକୋ ରିଟ୍ରିଟ୍‌ର ଉଦ୍‌ଘାଟନୀ ଉତ୍ସବ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର: ଗତବର୍ଷର ସଫଳ ଆୟୋଜନ ପରେ ଚଳିତବର୍ଷ ଇକୋ ରିଟ୍ରିଟ୍ ଉତ୍ସବର ଆୟୋଜନ କରାଯାଉଛି । ତେବେ ଆସନ୍ତାକାଲି ରାଜ୍ୟର ୫ଟି ସ୍ଥାନରେ ଇକୋ ରିଟ୍ରିଟ୍‌ର ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଟିତ ହେବ । ସେହି ସ୍ଥାନଗୁଡ଼ିକ ହେଲା କୋଣାର୍କ, ସାତକୋଶିଆ, ଦାରିଙ୍ଗବାଡ଼ି, ଭିତରକନିକା ଓ ହୀରାକୁଦ ।

ଏହି ଉତ୍ସବ ଡିସେମ୍ବର ୯ରୁ ଆରମ୍ଭ ହୋଇ ଫେବ୍ରୁଆରୀ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତବର୍ଷ ମହାମାରୀ କରୋନାର ଅନୁପାଳନରେ ଅନୁଷ୍ଠିତ ହେବ ଏହି ଉତ୍ସବ । କୋଣାର୍କରେ ୫୦ଟି କଟେଜ୍‌, ସାତକୋଶିଆରେ ୨୫ଟି, ଭିତରକନିକାରେ ୨୦ଟି, ଦାରିଙ୍ଗବାଡ଼ିରେ ୨୫ଟି ଓ ହୀରାକୁଦରେ ୨୫ଟି କଟେଜ ନିର୍ମାଣ ହୋଇଛି । ସେଠାରେ ଉପଲବ୍ଧ ହେବ ପଞ୍ଚତାରକା ହୋଟେଲ୍‌ର ସୁବିଧା ସୁଯୋଗ ।

ଅନ୍ୟମାନଙ୍କୁ ଜଣାନ୍ତୁ।