You are currently viewing ଅପମିଶ୍ରିତ ପାଣି ପିଇ ୧୮ଜଣ ଛାତ୍ର ଅସୁସ୍ଥ

ଅପମିଶ୍ରିତ ପାଣି ପିଇ ୧୮ଜଣ ଛାତ୍ର ଅସୁସ୍ଥ

  • Post category:ଓଡିଶା
  • Reading time:1 mins read

ବରଗଡ(ଏଏନଏସ) ୦୯.୧୨.୨୦୨୧, ଅପମିଶ୍ରିତ ପାଣି ପିଇ ୧୮ଜଣ ଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି । କମଙ୍ଗା କଲେଜ ହଷ୍ଟେଲରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସମସ୍ତ ଅସୁସ୍ଥଙ୍କୁ ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅନ୍ୟ ଜଣେ ଛାତ୍ରଙ୍କୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। 
ସୂଚନା ଯୋଗ୍ୟ ଯେ, ହଷ୍ଟେଲ ବୋତଲପାଣିରେ କେହି କିଛି ବିଷାକ୍ତ ଜିନିଷ ମିଶାଇ ଦେଇଥିବା ସନ୍ଦେହ କରାଯାଉଛି । ଯାହାଫଳରେ ସେହି ପାଣି ପିଇବା ଦ୍ଵାରା  ଛାତ୍ରମାନଙ୍କ ହଠାତ୍‌ ସମସ୍ତଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା । ତୁରନ୍ତ ସେମାନଙ୍କୁ ପ୍ରଥମେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏବେ ସମସ୍ତେ ସୁସ୍ଥ ଥିବା ଜଣାପଡିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।