You are currently viewing ବାଜି ମାରିଚାଲିଛି ବିଜେପି : ଦେଶରେ ବିଜେପିର ବିଜୟ ବାନା

ବାଜି ମାରିଚାଲିଛି ବିଜେପି : ଦେଶରେ ବିଜେପିର ବିଜୟ ବାନା

ଏଏନଏସ: ବାଜି ମାରିଚାଲିଛି ବିଜେପି । ଭୋଟ ଗଣତି ଉପରେ ସମସ୍ତଙ୍କ ନଜର ଥିବା ବେଳେ ଦେଖିବାକୁ ମିଳିଛି ବିଜେପିର ବିଜୟ ବାନା । ମିଳିଥିବା ସୂଚନା ମୁତାବକ ୭୨ଟି ବିଧାନସଭା ସିଟରେ ବିଜେପି ଆଗୁଆ ଥିବାବେଳେ ୫୪ଟି ବିଜେଡି ସିଟ, ୧୬ଟି ସିଟକଂଗ୍ରେସ ଓ ୩ଟି ସିଟରେ ସ୍ୱାଧିନ ପ୍ରାର୍ଥୀ ମାନେ ଆଗୁଆ ରହିଛନ୍ତି । ଏପର୍ଯ୍ୟନ୍ତ ୧୪୭ଟି ସିଟ ମଧ୍ୟରୁ ୧୪୩ଟିର ନିର୍ବାଚନ ଗଣତି ଫଳାଫଳ ଆସିଛି । ସେହିପରି ଓଡିଶାର ସଂସଦୀୟ କ୍ଷେତ୍ର ଗୁଡିକରେ ବିଜେପି ୧୭ଟି ସିଟରେ ଆଗୁଆ ଥିବାବେଳେ ବିଜେଡି ୩ଟି ଓ କଂଗ୍ରେସ ଗୋଟିଏ ସିଟରେ ଆଗୁଆ ଥିବା ନିର୍ବାଚନ କମିଶନରଙ୍କ ପକ୍ଷରୁ ପ୍ରକାଶ ପାଇଛି । ତଥ୍ୟ ମୁତାବକ କଣ୍ଟାବାଞ୍ଚି ଆସନରେ ପ୍ରତିଦୁନ୍ଦିତା କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପି ପ୍ରାର୍ଥୀଙ୍କ ଠାରୁ ପଛରେ ଅଛନ୍ତି ।

ସର୍ବଭାରତୀୟ ସ୍ତରର ସୂଚନା ମୁତାବକ ଏନଡିଏ ୨୯୭ ସିଟରେ ଆଗୁଆ ଥିବା ବେଳେ କଂଗ୍ରେସ ୨୨୭ ଓ ଅନ୍ୟାନ ୧୯ଟି ସିଟରେ ଆଗୁଆ ଅଛନ୍ତି।ବାରାଣସୀରେ ମୋଦୀ ଆଗୁଆ ଥିବା ବେଳେ ରାଏବରେଲିରେ ରାହୁଲ ଗାନ୍ଧୀ ଆଗୁଆ ଥିବାର ସୂଚନା ମିଳିଛି। ସେହିଭଳି ହିମାଞ୍ଚଳପ୍ରଦେଶ ମଣ୍ଡିରେ ୩୦ ହଜାର ଭୋଟରେ ଆଗୁଆ ଅଛନ୍ତି ବିଜେପି ପ୍ରାର୍ଥୀ କଙ୍ଗନା ରଣାୱ ତ। ଅନ୍ୟପଟେ ଆମେଠିରେ ସ୍ମୃତି ଇରାନି ଓ ସୁଲତାନପୁରରେ ମାନେକା ଗାନ୍ଧୀ ପଛୁଆ ଚାଲିଥିବା ଜଣାପଡିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।