ଭୁବନେଶ୍ୱର, ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଇଛି । ଏନେଇ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ଦୈନିକ ୧ଲକ୍ଷ ନମୁନା ପରୀକ୍ଷା ହେବ । ଆଣ୍ଟିଜେନ ଟେଷ୍ଟ ଆହୁରି ବଢ଼ିବ । ଭୁବନେଶ୍ୱରର ବିଭିନ୍ନ କର୍ପୋରେସନରେ ଟେଷ୍ଟ ହେବ । ଶୀଘ୍ର ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇ ଆଇସୋଲେଟ କରାଯିବ । ରାପିଡ଼ ଆଣ୍ଟିଜେନ ଟେଷ୍ଟକୁ ଗୁରୁତ୍ୱ ଦିଆଯାଉଛି । ଅଧିକାଂଶ କମ୍ପାନି କିଟ୍ ପ୍ରସ୍ତୁତ କରୁଥିବାରୁ କିଟର ଅଭାବ ମଧ୍ୟ ନାହିଁ ।
ପ୍ରତିଦିନ ହେବ ୧ଲକ୍ଷ କରୋନା ଟେଷ୍ଟ
- Post published:August 12, 2020
- Post category:ଓଡିଶା
- Reading time:1 mins read