You are currently viewing ବିଦ୍ୟୁତ ଆଘାତରେ ଚାଷୀଙ୍କ ମୃତ୍ୟୁ

ବିଦ୍ୟୁତ ଆଘାତରେ ଚାଷୀଙ୍କ ମୃତ୍ୟୁ

  • Post category:ଓଡିଶା
  • Reading time:1 mins read

ସାଲେପୁର, କଟକ ଜିଲ୍ଲା ଭଦ୍ରେଶ୍ୱର ଫାଣ୍ଡି ଗୋତରା ପଞ୍ଚାୟତରେ ଘଟିଛି ଏକ ଦୟନୀୟ ଘଟଣା । ଉକ୍ତ ପଞ୍ଚାୟତର ରଥ ମହାକୁଡ଼ଙ୍କ ପୁଅ ଉମାକାନ୍ତ ମହାକୁଡ଼(୪୦), ଜମିରେ ମଟର ସାହାଯ୍ୟରେ ପାଣି ଉଠାଉଥିବା ସମୟରେ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି ।

ପ୍ରଥମେ ତାଙ୍କୁ ଗୁରୁତର ଅବସ୍ଥାରେ ନିଶ୍ଚିନ୍ତକୋଇଲି ସରକାରୀ ହସ୍ପିଟାଲରେ ଭତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକଙ୍କ ପରିବାର ପକ୍ଷରୁ ମାହାଙ୍ଗ ଥାନାରେ ଏତଲା ଦେଲାପରେ ଆଇଆଇସି ରଞ୍ଜନ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଏକ ଅପମୃତ୍ୟୁ ମାମାଲା ରୁଜୁ ହୋଇଛି । ପରେ ଶବ ବ୍ୟବଚ୍ଛେଦ ନିମନ୍ତେ କଟକ ହସ୍ପିଟାଲକୁ ପଠାଯାଇଥିବା କହିଛନ୍ତି ଥାନା ଅଧିକାରୀ ତପନ କୁମାର ନାୟକ ।

ଅନ୍ୟମାନଙ୍କୁ ଜଣାନ୍ତୁ।