You are currently viewing ଜାଣନ୍ତୁ କେଉଁମାନେ ନାଇଟ୍ କର୍ଫ୍ୟୁ କଟକଣାରୁ ମୁକ୍ତ?

ଜାଣନ୍ତୁ କେଉଁମାନେ ନାଇଟ୍ କର୍ଫ୍ୟୁ କଟକଣାରୁ ମୁକ୍ତ?

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (ଏଏନଏସ) ୩୧/୧୨: ରାଜ୍ୟରେ କରୋନା ସଂକ୍ରମଣ ଏବଂ ଓମିକ୍ରନ୍ ମାମଲା ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଗତକାଲି ରାଜ୍ୟ ସରକାର ଜାନୁଆରୀ ମାସ ପାଇଁ ଗାଇଡ୍ଲାଇନ୍ ଜାରି କରିଛନ୍ତି। ସହରାଞ୍ଚଳରେ ରାତି ୧୦ଟାରୁ ସକାଳ ୫ଟା ଯାଏଁ ରହିବ ନାଇଟ୍ କର୍ଫ୍ୟୁ । ନାଇଟ୍ କର୍ଫ୍ୟୁ କଟକଣାରୁ ଜରୁରୀ ସେବାକୁ ବାଦ୍ ଦେଇଛନ୍ତି ସରକାର । ତେବେ ଆସନ୍ତୁ ଜାଣିବା କେଉଁ ମାନେ   କଟକଣା ମୁକ୍ତ ହୋଇଛନ୍ତି ।

ପୋଲିସ, ପୌର ପ୍ରଶାସନ, ଡାକ୍ତର, ହସ୍ପିଟାଲ କର୍ମଚାରୀ ,ବିଦ୍ୟୁତ୍, ଅଗ୍ନିଶମ, ଟେଲିକମ୍, ଜଳ ଯୋଗାଣ, ରେଳ କର୍ମଚାରୀ, ଜିଲ୍ଲା/କମିଶନରେଟ ପୋଲିସ ଦ୍ୱାରା ଚିହ୍ନିତ ଗଣମାଧ୍ୟମ କର୍ମଚାରୀ , କୋଭିଡ ଟେଷ୍ଟିଂ ଓ ଟିକାକରଣ କେନ୍ଦ୍ର, ଔଷଧ ଦୋକାନ କର୍ମଚାରୀ , ସବୁ ଶିଳ୍ପାନୁଷ୍ଠାନ, ନିର୍ମାଣ କାର୍ଯ୍ୟ, ରାଜପଥ ପାର୍ଶ୍ୱ ହୋଟେଲ , ପେଟ୍ରୋଲ ପମ୍ପ, ରନ୍ଧନ ଗ୍ୟାସ ଯୋଗାଣ, ହୋମ୍ ଡେଲିଭରି କଟକଣା ମୁକ୍ତ ହୋଇଛି ।ସୂଚନା ଅନୁଯାୟୀ ରାଜ୍ୟରେ ୨୪ ଘଣ୍ଟାରେ  ୨୨୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।