You are currently viewing ବିନା ଭକ୍ତରେ ସମ୍ପୂର୍ଣ୍ଣ ହେଲା ଛତର ଯାତ୍ରା

ବିନା ଭକ୍ତରେ ସମ୍ପୂର୍ଣ୍ଣ ହେଲା ଛତର ଯାତ୍ରା

କଳାହାଣ୍ଡି, କଳାହାଣ୍ଡିର ଆରଧ୍ୟ ଦେବୀ ମାଁ ମାଣିକେଶ୍ୱରୀଙ୍କ ଆଜି ପ୍ରସିଦ୍ଧ ଛତର ଯାତ୍ରା । ମାଁ ଙ୍କ ପ୍ରତୀକ ଛତର ଅଷ୍ଟମୀ ମଧ୍ୟ ରାତ୍ରରେ ନିଜ ମୁଳ ଆସ୍ଥାନ ମନ୍ଦିର ଠାରୁ ବାହାରୀ ଭବାନୀପାଟଣା ସହରର ଉପକଣ୍ଠ ଜେନାଖାଲକୁ ନିଆଯାଇଥିଲା । ସନ୍ଦି ପୁଜା ପରେ ପରେ ଆଜି ନବମୀ ପ୍ରାତଃରୁ ମାଣିକେଶ୍ୱରୀ ମନ୍ଦିରକୁ ପ୍ରତ୍ୟାବର୍ତନ କରୁଛନ୍ତି । ମାଁ ମାଣିକେଶ୍ୱରୀଙ୍କ ଛତର ଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମରେ ପାଳିତ ହୋଇଥାଏ ।

ହେଲେ ଚଳିତ ବର୍ଷ କରୋନା କଟକଣା ପାଇଁ ପ୍ରଥମଥର ବିନା ଭକ୍ତଙ୍କ ସମାଗମରେ ଛତର ଯାତ୍ରା ଅନୁଷ୍ଟିତ ହେଉଛି । ଏଥି ପାଇଁ ଭବାନୀପାଟଣା ସହରରେ ୧୪୪ ଧାରା ଲାଗୁ କରାଯାଇଥିବା ବେଳେ ସହରର ପ୍ରବେଶକୁ କଟକଣା ଜାରୀ କରାଯାଇଛି । ୧୦ ପ୍ଲାଟୁନ ପୋଲିସ ଫୋର୍ସ ସହରରେ ମୁତୟନ କରାଯାଇଥିବା ବେଳେ ମାଁ ଙ୍କ ବିଜୟ ଛତର ବାହୁଡା ରାସ୍ତାକୁ ବେରିକେଟରେ ଭକ୍ତ ପାଇଁ ସିଲ କରି ଦିଆଯାଇଛି । ହେଲେ କରୋନା କଟକଣା ପାଇଁ ପ୍ରଶାସନ ନିଷ୍ପତିକୁ ମାନି ଭକ୍ତ କରୋନା ମୁକ୍ତି ପାଇଁ ମାଁ ଙ୍କଠାରେ ଗୁହାରୀ ଜଣାଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।