You are currently viewing ସାତକୋଶିଆ ଇକୋ ରିଟ୍ରିଟରେ ଅଗ୍ନିକାଣ୍ଡ

ସାତକୋଶିଆ ଇକୋ ରିଟ୍ରିଟରେ ଅଗ୍ନିକାଣ୍ଡ

  • Post category:ଓଡିଶା
  • Reading time:1 mins read

କଟକ- କଟକ ଜିଲ୍ଲା ନରସିଂହପୁର ଥାନା ବାଲିପୁଟ ସ୍ଥିତ ସାତକୋଶିଆ ଇକୋ ରିଟ୍ରିଟରେ ଅଗ୍ନିକାଣ୍ଡ ଘଟିଛି । ଏନେଇ ଟ୍ବିଟ୍ ଯୋଗେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅଗ୍ନିକାଣ୍ଡ ଘଟିବାରୁ 3 ଟି କଟେଜରେ ନିଆଁ ଲାଗିଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲା । ଅଗ୍ନିକାଣ୍ଡରେ ଅନ୍ୟ କୌଣସି କ୍ଷୟକ୍ଷତି ହୋଇନାହିଁ । ସମସ୍ତ ପର୍ଯ୍ୟଟକ ସୁରକ୍ଷିତ ରହିଥିବାର ସୂଚନା ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।