You are currently viewing ରାତି ୧୦ଟା ପରେ ଟ୍ୱିନ ସିଟିରେ ଫୁଟିବନି ବାଣ

ରାତି ୧୦ଟା ପରେ ଟ୍ୱିନ ସିଟିରେ ଫୁଟିବନି ବାଣ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (ଏଏନଏସ): ରାତି ୧୦ଟା ପରେ ଟ୍ୱିନ ସିଟିରେ ଫୁଟିବନି ବାଣ।କମିଶନରେଟ ପୋଲିସ ଟ୍ୱିନ ସିଟିରେ ବାଣ ଫୁଟାଇବା ନେଇ ସମୟ ନିର୍ଦ୍ଧାରଣ କରିଛନ୍ତି। ଦିପାବଳୀରେ କଟକ ଓ ଭୁବନେଶ୍ୱରରେ ରାତି ୧୦ଟା ଯାଏ ବାଣ ଫୁଟେଇବାକୁ ଅନୁମତି ଦିଆଯାଇଛି। ଏହି ନିର୍ଦ୍ଧାରିତ ସମୟ ପରେ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ ହେବ। ୧୨୫ ଡେସିବିଲଠାରୁ ଅଧିକ ଶବ୍ଦ କରୁଥିବା ବାଣ ଫୁଟାଇଲେ ମଧ୍ୟ ଏନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିସହ ସମସ୍ତେ ଗ୍ରୀନ କ୍ରାକର ଫୁଟାଇବା ପାଇଁ ଅପିଲ କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।

ଅନ୍ୟମାନଙ୍କୁ ଜଣାନ୍ତୁ।