You are currently viewing ଡିଜିଟାଲ ମିଡିଆ ସଂଘର ପ୍ରଥମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଡିଜିଟାଲ ମିଡିଆ ସଂଘର ପ୍ରଥମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

  • Post category:ଓଡିଶା
  • Reading time:1 mins read

ଆସିକା, ଡିଜିଟାଲ ମିଡିଆ ସଂଘ ପକ୍ଷରୁ ଆସିକାଠାରେ ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପରାମର୍ଶ ନ୍ୟୁଜ ସଂପାଦକ ଲକ୍ଷ୍ମଣ କୁମାର ସାମନ୍ତରାୟ ସଭାପତି ଭାବେ ମନୋନୀତ ହୋଇଛନ୍ତି । ଡିଜିଟାଲ ମିଡିଆ ସାମ୍ବାଦିକଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବର ଦୃଢ଼ ନିନ୍ଦା କରାଯିବା ସହ ଆଗାମୀ ଦିନରେ ଏହି ସଂଘ ତରଫରୁ ସାମ୍ବାଦିକଙ୍କ ଗଣତାନ୍ତ୍ରିକ ଅଧିକାର ହାସଲ କରିବା ପାଇଁ ଲଢ଼େଇ ଜାରି ରହିବ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ । ସଂଘର ରାଜ୍ୟ ଆବାହକ ତଥା ଏଏନଏସ ଓଡିଆ ମିଡିଆର ଅଧ୍ୟକ୍ଷ ତୁଷାର ପଟ୍ଟନାୟକ ବୈଠକରେ ଅଧ୍ୟକ୍ଷତା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବେ ପରାମର୍ଶ ନ୍ୟୁଜର ସଂପାଦକ ଲକ୍ଷ୍ମଣ କୁମାର ସାମନ୍ତରାୟ, ମିଡିଆ ପରାମର୍ଶଦାତା ପ୍ରକାଶ ମିଶ୍ର, ଅନୀଲ କୁମାର ପାଣିଗ୍ରାହି, ନାରାୟଣ ମିଶ୍ର, ସରୋଜ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଡିଜିଟାଲ ମିଡିଆର ଭବିଷ୍ୟତ ଏବଂ ସାମ୍ବାଦିକଙ୍କ ସ୍ୱାର୍ଥ ରକ୍ଷା କରିବା ପାଇଁ ପ୍ରତିନିଧି ମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି ସମ୍ମିଳନୀର ଦ୍ୱିତୀୟ ଅଧିବେଶନରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସର୍ବସମ୍ମତିକ୍ରମେ ଶ୍ରୀ ଲକ୍ଷ୍ମଣ କୁମାର ସାମନ୍ତରାୟଙ୍କୁ ଜିଲ୍ଳା ସଭାପତି ଭାବେ ଚୟନ କରାଯାଇଥିଲା । ପୂର୍ବର ଜିଲ୍ଲା ସଂପାଦକ କ୍ଷୀରୋଦ ବେହେରାଙ୍କୁ ସଂପାଦକ ଭାବେ ପୂୁନର୍ବାର ଚୟନ କରାଯିବା ସହ ଅନ୍ୟାନ୍ୟ ୧୧ ଜଣ ସଦସ୍ୟଙ୍କୁ ବିଭିନ୍ନ ପଦ ପଦବୀରେ ଚୟନ କରାଯାଇଛି । ଆସନ୍ତା ଡିସେମ୍ବର ୧୩ ତାରିଖ ଦିନ ରାଜ୍ୟ ସ୍ତରୀୟ ଏକ ବୈଠକ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବା ପାଇଁ ନିଷ୍ପତ୍ତି ନିଆଯାଇଛି । ନୂତନ ସଭାପତି ଶ୍ରୀ ସାମନ୍ତରାୟ ପ୍ରତିନିଧି ମାନଙ୍କୁ ଏହି ଚୟନ ନିମନ୍ତେ କୃତଜ୍ଞତା ଜଣାଇଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।