You are currently viewing ଅଢ଼େଇ କୋଟି ଟଙ୍କାରେ ବିକ୍ରି ହେଲା  ୧୨୧ଟି ମାଛ

ଅଢ଼େଇ କୋଟି ଟଙ୍କାରେ ବିକ୍ରି ହେଲା ୧୨୧ଟି ମାଛ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୩୦.୦୧.୨୦୨୨, ପଶ୍ଚିମବଙ୍ଗ ଦୀଘା ମୁହାଣରେ ୧୨୧ଟି ତେଲିଆ ଶିଳା ମାଛ ପ୍ରାୟ ଅଢ଼େଇ କୋଟି ଟଙ୍କାର  ବିକ୍ରି ହୋଇଛି । ମା’ ସିଦ୍ଧେଶ୍ୱରୀ ମାଛଧରା ଟ୍ରଲର ଦୀଘା ସମୁଦ୍ରରୁ ୧୨୧ଟି ତେଲିଆ ଶିଳା ମାଛ ଧରି ଦୀଘା ମୁହାଣ ମତ୍ସ୍ୟ ଅବତରଣ କେନ୍ଦ୍ରକୁ ବିକ୍ରି ପାଇଁ ଆଣିଥିଲା ।   ଦୀଘାରେ ମାଛ ଓଜନ କରାଯାଇଥିଲା । ତେବେ ପ୍ରତିଟି ମାଛର ଓଜନ ପ୍ରାୟ ୧୮ ରୁ ୨୦ କେଜି ମଧ୍ୟରେ ରହିଛି । ଏହି ତେଲିଆ ଶିଳା ମାଛ କିଲୋଗ୍ରାମ ପ୍ରତି ୬ ହଜାର ୭୫୦ ଟଙ୍କା ଦରରେ ବିକ୍ରି ହୋଇଛି । ତେବେ ଏହି ମାଛ ଗୁଡ଼ିକୁ କୋଲକାତାର ଏକ ଔଷଧ ତିଆରି କରୁଥିବା କମ୍ପାନୀ କିଣି ନେଇଛି। ଏହି ମାଛର ଚର୍ବି ଓ କଣ୍ଟାକୁ ଔଷଧୀୟ କ୍ଷେତ୍ରରେ ବ୍ୟବହାର କରାଯାଉଥିବାରୁ ଏହାର ଦାମ ଯଥେଷ୍ଟ ଅଧିକ ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।