ବାଲେଶ୍ୱର, ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ସୋର ଷ୍ଟେସନରେ ଘଟିଯାଇଛି ଏକ ଅଘଟଣ । ରାତି ସମୟରେ ମାଲବାହୀ ଗାଡ଼ି ଷ୍ଟେସନ ଦେଇ ଯାଉଥିବାବେେ. ଅଚାନକ ଫୁଟ୍ ଓଭରବ୍ରିଜଟି ଭାଙ୍ଗି ଯାଇଥିଲା । ଫଳରେ ୩ଟି ସିଗନାଲ୍ ପୋଲ ମଧ୍ୟ ଭାଙ୍ଗିଯାଇଛି । ସଙ୍ଗେସଙ୍ଗେ ଘଟଣାସ୍ଥଳରେ ରେଲୱେ କର୍ତ୍ତୁପକ୍ଷ ପହଞ୍ଚି ଘଟଣାର ତଦନ୍ତ କରିଥିଲେ । ଓଭରବ୍ରିଜରେ ମାଲଗାଡ଼ିର କିଛି ଅଂଶ ବାଜିବାରୁ ଏହା ଭାଙ୍ଗିଯାଇଥିବା ସନ୍ଦେହ କରାଯାଉଛି । ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ ।
ଟ୍ରେନ ଯାଉଥିବା ସମୟରେ ଭୁଷୁଡ଼ିଲା ଓଭରବ୍ରିଜ
- Post published:October 6, 2020
- Post category:ଓଡିଶା
- Reading time:1 mins read