ଭୁୁବନେଶ୍ବର, ବରିଷ୍ଠ ପୁଲିସ ଅଧିକାରୀ ଜନ୍ ନାୟକଙ୍କ ଗୁରୁବାର ରାତିରେ ପରଲୋକ ଘଟିଛି । କୋଭିଡ୍-୧୯ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ଦେଇଛନ୍ତି ରାଜ୍ୟ ପୁଲିସ ଡିଜି ଅଭୟ । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ଏ ସଂପର୍କରେ ଟ୍ବିଟ୍ କରି ସୂଚନା ଦେଇଛନ୍ତି ଡିଜିପି ଅଭୟ। ସେ ଟ୍ବିଟ୍ କରି ଲେଖିଛନ୍ତି, ‘୨୦୦୨ ମସିହାରେ ଅବସର ନେଇଥିବା ୧୯୬୫ ବ୍ୟାଚର ଆଇପିଏସ୍ ଅଧିକାରୀ ଜନ୍ ନାୟକ ଗତକାଲି ରାତିରେ କରୋନାରେ ପ୍ରାଣତ୍ୟାଗ କରିଛନ୍ତି।