You are currently viewing ମହିଳା ଦିବସରେ ଫଳ ଓ ବିସ୍କୁଟ ବଣ୍ଟନ

ମହିଳା ଦିବସରେ ଫଳ ଓ ବିସ୍କୁଟ ବଣ୍ଟନ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, ରସୁଲଗଡସ୍ଥିତ ମଳୟବିହାର ମହିଳା କ୍ଲବ ତରଫରୁ ବିଶ୍ୱ ମହିଳା ଦିବସ ଉପଲକ୍ଷେ ଆଜି ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହିଳା କ୍ଲବର ସଦସ୍ୟାମାନେ ଏକତ୍ରିତ ହୋଇ ହାଇଟେକ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରିଥିଲେ ।

ଏହା ସହ ମୁଣ୍ଡା ସାହି ବସ୍ତିକୁ ଯାଇ ସେଠାରେ ବସବାସ କରୁଥିବା ମହିଳାମାନଙ୍କ ସହ ମହିଳା ଦିବସ ଅବସରରେ ଏହି ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ମୁଣ୍ଡାସାହି ବସ୍ତିରେ ମଧ୍ୟ ମହିଳା କ୍ଲବ ତରଫରୁ ଫଳ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା । ବସ୍ତିରେ ଆଲୋଚନା ସମୟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ମହିଳାମାନଙ୍କୁ ଦିଆଯାଉଥିବା ବିଭିନ୍ନ ପ୍ରକାର ପ୍ରୋତ୍ସାହନ ସମ୍ପର୍କରେ ବୁଝାଇଥିଲେ ସମାଜସେବୀ ସନ୍ଧ୍ୟାରାଣୀ ମହାନ୍ତି । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କର୍ପୋରେଟର ପ୍ରତାପ ରାଉତରାୟ ଓ ମହିଳାକ୍ଲବର ଅନ୍ୟାନ୍ୟ ସଦସ୍ୟାମାନେ ଯୋଗ ଦେଇଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।