You are currently viewing ଗଞ୍ଜାମବାସୀଙ୍କୁ ଗଶେଷ ପୂଜା ମନା: ଟ୍ୱିଟ କରି ସୂଚନା ଦେଲେ ଜିଲ୍ଲାପାଳ

ଗଞ୍ଜାମବାସୀଙ୍କୁ ଗଶେଷ ପୂଜା ମନା: ଟ୍ୱିଟ କରି ସୂଚନା ଦେଲେ ଜିଲ୍ଲାପାଳ

  • Post category:ଓଡିଶା
  • Reading time:1 mins read

ଗଞ୍ଜାମ, ଚଳିତ ବର୍ଷ ଗଞ୍ଜାମରେ ପାଳନ ହେବନି ଗଶେଷ ପୂଜା । କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଏଭଳି ନିଷ୍ପତ୍ତି ନିଆଯାଇଥିବା ଟ୍ୱିଟ ଜରୀଆରେ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ସେ କହିଛନ୍ତି, କରୋନାର ସ୍ଥିତିକୁ ଦୃଷ୍ଟିରେ ରଖି ପୂଜା ନିମନ୍ତେ ଅନୁମତି ଦିଆଯିବ ନାହିଁ । ଜରୁରୀ କାର୍ଯ୍ୟ ନଥିଲେ ବାହାରକୁ ବାହାରନ୍ତୁ ନାହିଁ । ପ୍ରଶାସନକୁ ସହଯୋଗ କରିବା ସହ ସାମାଜିକ ଦୂରତା ନିୟମକୁ ମାନନ୍ତୁ ।

ଏହାଦ୍ୱାରା କରୋନା ସଂକ୍ରମଣରୁ ଦୂରେଇ ରହିବାପାରିବା । ସମସ୍ତ ଦୋକାନୀମାନଙ୍କୁ ପଞ୍ଚସୂତ୍ର ଅନୁସରଣ କରିବାକୁ ପଡ଼ିବ ବୋଲି ଟ୍ୱିଟ ମାଧ୍ୟମରେ ସୂଚନା ଦେଇଛନ୍ତି । ସୂଚନା ଥାଉକି, ଚଳିତ ବର୍ଷ ଟ୍ୱିନସିଟି, ତାଳଚେରରେ ମଧ୍ୟ ଗଶେଷ ପୂଜାକୁ ପ୍ରଶାସନ ତରଫରୁ ବାରଣ କରାଯାଇଛି । କାରଣ ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।