You are currently viewing ପରଲୋକରେ ଗୀତା ମେହେଟ୍ଟା 

ପରଲୋକରେ ଗୀତା ମେହେଟ୍ଟା 

ନୂଆଦିଲ୍ଲୀ: କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକ ଓ ଜ୍ଞାନ ପଟ୍ଟନାୟକଙ୍କ ଏକମାତ୍ର କନ୍ୟା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭଉଣୀ ଗୀତା ମେହେଟ୍ଟାଙ୍କର ଶନିବାର ଦିଲ୍ଲୀରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ଗତ କିଛିଦିନ ହେଲା ସେ ଅସୁସ୍ଥ ଥିଲେ ।

୧୯୪୩ରେ ଦିଲ୍ଲୀରେ ସେ ଜନ୍ମ ଗ୍ରହଣ କରିଥିଲେ। ପ୍ରଖ୍ୟାତ ଲେଖୁ, ସମ୍ବାଦିକା ତଥା ବୃତ୍ତଚିତ୍ର ନିର୍ମାତ୍ରୀ ଗୀତା ଆମେରିକାର ଜଣାଶୁଣା ପୁସ୍ତକ ପ୍ରକାଶକ ସ୍ଵର୍ଗୀୟ ସୋନୀ ମେହେଟ୍ଟାଙ୍କୁ ବିବାହ କରିଥିଲେ। ମେହେଟ୍ଟା ଦମ୍ପତିଙ୍କର ଏକମାତ୍ର ପୁତ୍ର ଆଦିତ୍ୟ ସିଂହ ମେହେଟ୍ଟା।

ଗୀତା ଭାରତ ଏବଂ ୟୁକେର କେମ୍ବ୍ରିଜ୍ ବିଶ୍ଵ ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ତାଙ୍କ ରଚିତ ୬ଟି ପୁସ୍ତକ ହେଉଛି କର୍ମା କୋଲାସ୍ପେକ୍ଟ ଆଣ୍ଡ୍ ଲ୍ୟାଡର୍ସ, ଏ ରିଭର ସୂତ୍ର, ରାଜ୍, ଲା ମହାରାଣୀ ଓ ଇଟର୍ନାଲ୍ ଗଣେଶ : ଫ୍ରମ୍ ବାର୍ଥ ଟୁ ରିବାର୍ଥ। ଏଗୁଡିକ ୨୧ଟି ଭାଷାରେ ଅନୂଦିତ ହୋଇଛି । ୟୁକେ ଏବଂ ୟୁରିପୀୟ ଓ ଓ ୟୁଏସ ନେଟୱ ର୍କ ପାଇଁ ଗୀତା ୧୪ଟି ଟିଭି ଡକ୍ୟୁମେଣ୍ଟାରୀର ମ୍ବେର୍ଶନା ଦେଇଥିଲେ। ୧୯୭୦ ଦଶକରେ ସେ ସାମ୍ବାଦିକା ରୂପେ ଏନଡିସି ପାଇଁ ଯୁଦ୍ଧ ରିପୋଟିଂ କରିଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।