ଭୁବନେଶ୍ୱର, ଭାରତରେ ଆଜିଠାରୁ ଅର୍ଥାତ୍ ଗୁରୁବାର ଠାରୁ ଗୁଗୁଲ ଜିମେଲ୍ ସର୍ଭର ଡାଉନ ଥିବା ଦେଖିବାକୁ ମିଳୁଛି । ଏଥିପାଇଁ ୟୁଜର୍ସମାନେ ଅସୁବିଧାରେ ପଡ଼ିଛନ୍ତି । ଜିମେଲ୍ରେ ଅଧିକ ସଂଖ୍ୟାକ ୟୁଜର୍ସ ଆକ୍ଟିଭ ଥିବା କାରଣରୁ ଏଭଳି ହୋଇଥିବା ସୂଚନା ମିଳୁଛି । ଏହିସବୁ ସମସ୍ୟାର ସମାଧାନ ନିମନ୍ତେ କମ୍ପାନୀ ପ୍ରୟାସ ଜାରୀ ରଖିଥିବାବେଳେ, ଖୁବ୍ଶୀଘ୍ର ଏହାର ସମାଧାନ ହେବ ବୋଲି ମଧ୍ୟ କମ୍ପାନୀ ପକ୍ଷରୁ କୁହାଯାଇଛି । ଜିମେଲ୍ କାର୍ଯ୍ୟ କରୁନଥିବା ଫଳରେ ବଡ଼ ବଡ଼ କମ୍ପାନୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଭିଡ଼ିଓ ଅପଲୋଡ଼ ହେବାରେ ବାଧା ମଧ୍ୟ ସୃଷ୍ଟି ହେଉଛି ।