You are currently viewing ସୁନା ମୁଦି ବିକି ଭାଇକୁ ଟଙ୍କା ଦେଇଥିଲା ଗୋପାଳ

ସୁନା ମୁଦି ବିକି ଭାଇକୁ ଟଙ୍କା ଦେଇଥିଲା ଗୋପାଳ

  • Post category:ଓଡିଶା
  • Reading time:1 mins read

କଟକ(୨୩.୨.୨୩) : ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ମାନସିକ ରୋଗୀ ଦର୍ଶାଇ ଖସିପାରିବନି ଅଭିଯୁକ୍ତ ଗୋପାଳ ଦାସ । ପ୍ରମାଣ ଯୋଗାଡ଼ କରିବା ପାଇଁ କସରତ ଚଳାଇଛି କ୍ରାଇମବ୍ରାଞ୍ଚ । ଏବେ ଗୋପାଳକୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ନବ ଦାସଙ୍କୁ ଗୋପାଳ କିପରିି ଯୋଜନାବଦ୍ଧ ଭାବେ ହତ୍ୟା କରିଥିଲା ତାର ତଥ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ହତ୍ୟା କରିବା ପୂର୍ବରୁ ବଡ଼ ଭାଇକୁ ଝାରସୁଗୁଡ଼ାରୁ ପଠାଇଦେଇଥିଲା ଗୋପାଳ । ଏଥିପାଇଁ ହତ୍ୟାକାଣ୍ଡ ପୂର୍ବଦିନ ଏକ ସୁନା ମୁଦି ବିକ୍ରି କରିଥିଲା । ୮ହଜାର ୫୦୦ ଟଙ୍କାରେ ଝାରସୁଗୁଡ଼ାରେ ସୁନା ମୁଦି ବିକ୍ରି କରି ବଡ଼ ଭାଇକୁ ୬ହଜାର ଟଙ୍କା ଦେଇଥିଲା ଏବଂ ୨୯ ତାରିଖ ସକାଳେ ଷ୍ଟେସନରେ ଛାଡ଼ି ଦେଇଥିଲା । ଏହା ସହ ୫ ଶହ ଟଙ୍କାରେ ଏକ ରୂପା ମୁଦି କିଣିଥିଲା ଗୋପାଳ । ଜଣେ ମାନସିକ ରୋଗୀ ମୁଲଚାଲ କରି ମୁଦି ବିକିବା ଓ ପଇସା ଆଣି ହିସାବ କରି ଭାଇକୁ ଦେବା କାମ ଠିକରେ କରିପାରିବ ନାହିଁ । ତେଣୁ ଗୋପାଳ ସୁସ୍ଥ ମସ୍ତିଷ୍କରେ ଗୁଳି କରିଥିବା କୋର୍ଟରେ ଦାବି କରିବ କ୍ରାଇମବ୍ରାଞ୍ଚ ।

ଅନ୍ୟମାନଙ୍କୁ ଜଣାନ୍ତୁ।