You are currently viewing ପୋଲିସ ଗାଡ଼ି ଧକ୍କାରେ ପ୍ରାଣ ହରାଇଲେ ଜିଆରଏସ୍‌

ପୋଲିସ ଗାଡ଼ି ଧକ୍କାରେ ପ୍ରାଣ ହରାଇଲେ ଜିଆରଏସ୍‌

ମାଲକାନଗିରି, ଆଜି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ଥାନା ଅଞ୍ଚଳରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପୋଲିସର ଗାଡ଼ି ଧକ୍କାରେ ଜିଆରଏସ୍‌ଙ୍କ ପ୍ରାଣହାନୀ ଘଟିଛି । ସୂଚନା ଥାଉକି, ମାଥିଲି ଥାନା ଆଇଆଇସି, ଏଏସଆଇ,ଏସଆଇ ପ୍ରମୁଖ ପୋଲିସ ଗାଡ଼ିରେ ମାଲକାନଗିରି ଅଭିମୂଖେ ଯାଉଥିଲେ । ଅପରପକ୍ଷରୁ ସ୍କୁଟି ଯୋଗେ ଆସୁଥିଲେ ନାୟକଗୁଡ଼ା ଗ୍ରାମପଞ୍ଚାୟତର ଜିଆରଏସ୍ । ଉଭୟ ମୁହାଁମୁହିଁ ଧକ୍କା ହେବାଫଳରେ, ୩୦ଫୁଟ ତଳକୁ ପଡ଼ିଯାଇଥିଲେ ଜିଆରଏସ୍ ଏବଂ ପୋଲିସ ଭ୍ୟାନଟି ଓଲଟି ପଡ଼ିଥିଲା । ଘଟଣାସ୍ଥଳରେ ଜିଆରଏସଙ୍କ ମୃତ୍ୟୁ ଘଟିଥିବା ସ୍ଥଳେ, ଭ୍ୟାନରେ ଥିବା ପୋଲିସ କର୍ମଚାରୀମାନେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।