You are currently viewing ଟିକସ ଠକେଇ ନେଇ ଜିଏସଟିର ଚଢାଉ

ଟିକସ ଠକେଇ ନେଇ ଜିଏସଟିର ଚଢାଉ

ଭୁବନେଶ୍ୱର(ଏଏନଏସ)୧୭/୧୧: ଜିଏସଟି ଫାଙ୍କିବା ଅଭିଯୋଗରେ ରାଜ୍ୟରେ ବଡ଼ ଧରଣର ଚଢ଼ାଉ । ୧୧ଟି ଜିଲ୍ଲାର ୧୪ ହୋଲସେଲର ଓ ୩୨ ସୋରୁମରେ ଏକକାଳୀନ ଜିଏସଟି ଚଢାଉ । ଫର୍ଣ୍ଣିଚର ବଡ଼ ବଡ଼ ଦୋକାନରେ ମଧ୍ୟ ଚଢାଉ । ଏଥିରେ ନିୟୋଜିତ ହୋଇଛନ୍ତି ୩୬ ଟିମ ର ୧୩୨ ଅଧିକାରୀ । କଟକ, ଭୁବନେଶ୍ୱର, ଭଦ୍ରକ, ବାଲେଶ୍ୱର, ସମ୍ବଲପୁରରେ ଚଢାଉ ହେଉଛି । ସେହିପରି ରାଉରକେଲା, ବରଗଡ଼,ଭବାନୀପାଟଣା ଓ ବ୍ରହ୍ମପୁରରେ ବି ଚାଲିଛି ରେଡ୍ । ଉଭୟ ଲୁହା ଫର୍ଣ୍ଣିଚର ସୋ’ରୁମ୍ ଓ କାଠ ବଡ଼ ଫର୍ଣ୍ଣିଚର ସୋ’ରୁମରେ ରେଡ୍ ହୋଇଛି । ବ୍ରହ୍ମପୁରର ଶାରଳା ଫର୍ଣ୍ଣିଚର ସୋରୁମରେ ଚାଲିଛି ଚଢଉ।ବଲାଙ୍ଗୀର କଣ୍ଟାବାଞ୍ଝିର ରାଜୀବ ଅଗ୍ରୱାଲଙ୍କ ଆର୍କେ ଟ୍ରେଡର୍ସର ପ୍ଲାଇଉଡ ଦୋକାନ ଓ ଗୋଦାମ ଉପରେ ମଧ୍ୟ ଚଢଉ ହୋଇଛି। ଟିକସ ଫାଙ୍କିବା ଅଭିଯୋଗରେ ଏହି ରେଡ଼୍ କରାଯାଇଛି । ଏନେଇ ସୂଚନା ଦେଇଛି ରାଜ୍ୟ ଜିଏସଟି ବିଭାଗ ।

ଅନ୍ୟମାନଙ୍କୁ ଜଣାନ୍ତୁ।