You are currently viewing ସୂର୍ଯ୍ୟମନ୍ଦିର ଫାଟକ ସାମ୍ନାରେ ଗାଇଡ଼ମାନଙ୍କ ଧାରଣା

ସୂର୍ଯ୍ୟମନ୍ଦିର ଫାଟକ ସାମ୍ନାରେ ଗାଇଡ଼ମାନଙ୍କ ଧାରଣା

  • Post category:ଓଡିଶା
  • Reading time:1 mins read

କୋଭିଡ଼ ୧୯ ଯୋଗୁଁ ଦେଶ ଓ ରାଜ୍ୟରେ ପର୍ଯ୍ୟଟକମାନଙ୍କର ସଂଖ୍ୟା ହ୍ରାସ ପାଇଥିବାବେଳେ, ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିଛି । ପୃଥିବୀର ସପ୍ତାଶ୍ଚର୍ଯ୍ୟ କୋଣାର୍କ ମନ୍ଦିର ଉପରେ ନିର୍ଭର କରି ଚଳୁଥିବା ଶତାଧିକ ଗାଇଡ଼ ଆର୍ଥିକ ଦୂରାବସ୍ଥାର ସମ୍ମୁଖୀନ ହୋଇଛନ୍ତି । କୋଣାର୍କ ମନ୍ଦିର ଭିତରେ ଗାଇଡ଼ ମାନଙ୍କୁ ବୁଲାଇବା, ଫଟୋ ଉତ୍ତଳନ କରିବା ଓ ମାଳି ବ୍ୟବସାୟ କରି ଏହି ଗାଇଡ଼ମାନେ ନିଜ ଜିବୀକା ନିର୍ବାହ କରୁଥିବାବେଳେ, କରୋନା ମହାମାରୀ ଯୋଗୁଁ ନିଜ ନିଜ ଜିବୀକା ହରାଇ ଭୋକ ଉପାସରେ କାଳତିପାତ କରୁଛନ୍ତି ।

ସେମାନଙ୍କୁ ସରକାରୀ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ କୋଣାର୍କ ଏନଏସି ନିର୍ବାହୀ ଅଧିକାରୀଙ୍କ ମାଧ୍ୟମରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦାବି ଜଣାଇଛନ୍ତି । ମାତ୍ର କୌଣସି ସୁଫଳ ମିଳିପାରି ନାହିଁ । ତେଣୁ ଏହାକୁ ବିରୋଦ୍ଧ କରି ଗାଇଡ଼ମାନେ କୋଣାର୍କ ସୂର୍ଯ୍ୟମନ୍ଦିର ସମ୍ମୁଖରେ ଧର୍ମଘଟ କରିଥିବା ଦେଖା ଦେଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।