You are currently viewing ଅନଲକ୍ ଥ୍ରୀରେ କ’ଣ କ’ଣ ଖୋଲା ଏବଂ ବନ୍ଦ ରହିବ ଜାଣିଛନ୍ତି କି? ଯଦି ଜାଣିନାହାଁନ୍ତି ତେବେ ଦେଖନ୍ତୁ…

ଅନଲକ୍ ଥ୍ରୀରେ କ’ଣ କ’ଣ ଖୋଲା ଏବଂ ବନ୍ଦ ରହିବ ଜାଣିଛନ୍ତି କି? ଯଦି ଜାଣିନାହାଁନ୍ତି ତେବେ ଦେଖନ୍ତୁ…

  • Post category:ଓଡିଶା
  • Reading time:1 mins read

କିଛି ଦିନର ଲକ୍‌ଡାଉନ ପରେ ଏବେ ରାଜ୍ୟରେ ଅନଲକ୍ ଥ୍ରୀ ପ୍ରକ୍ରିୟା ଜାରୀ ହୋଇଛି । ଖାଦ୍ୟ, ଖାଦକ, ଅର୍ଥନୀତି ସବୁକୁ ଦୃଷ୍ଟିରେ ରଖି ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟରେ ସଂକ୍ରମଣ ଓ ମୃତ୍ୟୁ ହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ଏହାରି ମଧ୍ୟରେ ଶୁକ୍ରବାର ସରକାରଙ୍କ ତରଫରୁ ନୂଆ ନିର୍ଦ୍ଦେଶନାମା ଜାରୀ କରାଯାଇଛି । ଅଗଷ୍ଟ ୧ରୁ ୩୧ ଯାଏଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଅନଲକ୍ ୩କୁ ନେଇ ଏସଆରସି ପ୍ରଦୀପ ଜେନା କହିଛନ୍ତି ଯେ, ‘ଅବରୋଧ ଅଞ୍ଚଳରେ ଲକଡାଉନ ଜାରି ରହିବ । ଅବରୋଧ ଅଞ୍ଚଳକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ ରୋକ ଲଗାଯିବ । ଅବରୋଧ ଅଞ୍ଚଳର ତଥ୍ୟ ସରକାରଙ୍କ ୱେବସାଇଟରେ ଉପଲବ୍ଧ ହେବ ।’

ତେବେ ରାତି ୯ଟାରୁ ସକାଳ ୫ଟା ଯାଏଁ ରାତି କର୍ଫ୍ୟୁ ବଳବତ୍ତର ରହିବ । ଜରୁରୀ ସେବାରେ ଥିବା କର୍ମଚାରୀ ଯାତାୟତ କରିପାରିବେ । ଆଇଟି କମ୍ପାନୀ କର୍ମଚାରୀ ନିଜର ପରିଚୟ ପତ୍ର ଦେଖାଇ ଯାଇପାରିବେ । ଜାତୀୟ ରାଜପଥରେ ଢାବା ଖୋଲା ରହିବ । ଢାବାରେ କେବଳ ଖାଦ୍ୟ ପାର୍ସଲ ନେଇ ହେବ । ସ୍ଥିତି ଦେଖି ସ୍ଥାନୀୟ ପ୍ରଶାସନ ଆବଶ୍ୟକୀୟ କଟକଣା ଲଗାଇପାରିବେ ।

ଅନ୍ୟପଟେ ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଗଜପତିରେ ରବିବାର ଓ ଶନିବାର ଦିନ ସଟଡାଉନ୍ ଜାରି ରହିବ । ରାଉରକେଲା ପୌରାଞ୍ଚଳରେ ମଧ୍ୟ ଶନିବାର ଓ ରବିବାର ସଟଡାଉନ ରହିବ । କଣ୍ଟେନମେଣ୍ଟ ଜୋନରେ ସମ୍ପୂର୍ଣ୍ଣ ଲକଡାଉନ୍ ବଳବତ୍ତର ରହିବ । ଅଗଷ୍ଟ ୩୧ ଯାଏଁ ଧାର୍ମିକ ସ୍ଥଳ ଜନସାଧାରଣଙ୍କ ପାଇଁ ବାରଣ କରାଯାଇଛି ।

ସିଇମିଂ ପୁଲ, ସିନେମା ହଲ, ଥିଏଟର, ସଭାସମିତି ବନ୍ଦ ରହିବ । ଅଗଷ୍ଟ ୫ରୁ କିଛି ନିୟମ ସହ ରାଜ୍ୟରେ ଜିମ୍ ଓ ଯୋଗ କେନ୍ଦ୍ର ଖୋଲିବ । ସ୍କୁଲ, କଲେଜ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ହେଲେ ପରୀକ୍ଷା ହେବ ଓ ଖାତାଦେଖା ଚାଲିବ । ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।