You are currently viewing ନୟାଗଡ଼ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଚାଲିଛି  ଦଲାଲ ରାଜ୍

ନୟାଗଡ଼ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଚାଲିଛି ଦଲାଲ ରାଜ୍

ନୟାଗଡ଼, ନୟାଗଡ଼ ଜିଲ୍ଲାରେ କରୋନା ମହାମାରୀ କାୟା ବିସ୍ତାର କରିଚାଲିଥିବା ବେଳେ ସ୍ୱାସ୍ଥ୍ୟ ସେବାକୁ ନେଇ ଲୋକ ହନ୍ତସନ୍ତ ହେଉଛନ୍ତି । ଏଭଳି ଭୟାନକ ସ୍ଥିତିରେ ନୟାଗଡ଼ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଜଣେ ଦଲାଲ ରାଜ୍ କରୁଥିବା ଜଣାଯାଇଛି । ଡାକ୍ତରଖାନାକୁ ସ୍ୱାସ୍ଥ୍ୟ ସେବା ତଥା ଅନ୍ୟାନ୍ୟ କାର୍ଯ୍ୟରେ ଆସୁଥିବା ସାଧାରଣ ଲୋକଙ୍କୁ ଶୋଷଣ କରୁଥିବା ଏହି ଦଲାଲ ଜଣଙ୍କ ଡାକ୍ତରଖାନାର କିଛି କିରାଣୀ ଏବଂ ଉପରିସ୍ଥ ଅଧିକାରୀଙ୍କୁ ହାତ କରି ତାଙ୍କର ଦଲାଲ ରାଜ୍ ଚଳାଇଥିବା ସୂଚନା ମିଳିଛି । କାହାର ଶବ ବ୍ୟବଚ୍ଛେଦ ରିପୋର୍ଟ ବାହାରିବ , କାହାର ଭିନ୍ନକ୍ଷମ ସାର୍ଟିଫିକେଟ୍ ହେବ, କାହାର କଣ ସବୁ ଦରକାର ସବୁ ଏହି ଦଲାଲ୍ ଜରିଆରେ କାର୍ଯ୍ୟକ୍ଷମ ହେଉଥିବା ବେଳେ ଏହାର ପ୍ରତିବଦଳରେ ମୋଟାଅଙ୍କର ମୁନାଫା ପାଇ ନିଜକୁ ସର୍ବେସର୍ବା ଭାବୁଥିବା ଏହି ବ୍ୟକ୍ତି ଜଣକ ଏବେ ଏକ ବଡ଼ କେଳେଙ୍କାରୀରେ ସଂପୃକ୍ତ ଥିବା ଜଣାପଡ଼ିଛି ।

ଡାକ୍ତରଖାନାକୁ ଦଲାଲ ମୁକ୍ତ କରିବା ପାଇଁ ପୂର୍ବତନ ଏସ୍‌ପି ଶଶୀଭୂଷଣ ଶତପଥୀ ପ୍ରୟାସ କରିଥିିବା ବେଳେ ଏବେ ଏହା ଉପରେ ପୁଲିସ୍ ଆଉ ନଜର ଦେଉନାହିଁ । ଯାହାର ସୁଯୋଗ ନେଇ ବ୍ୟକ୍ତି ଜଣଙ୍କ ଶୋଷଣ କରି ଲୋକଙ୍କୁ ନୟାନ୍ତ କରିସାରିଲେଣି । ପଟ୍ଟନାୟକ ନାମଧାରୀ ଏହି ବ୍ୟକ୍ତିଙ୍କ କବଳରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ସାଧାରଣଲୋକଙ୍କୁ ରକ୍ଷା କରିବା ପାଇଁ ହେଲେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ନିହାତୀ ଆବଶ୍ୟକ ବୋଲି ଆଲୋଜନା ହେଉଛି । ନାଗମୁଣ୍ଡୁଳି ଗ୍ରାମର ନାଗ ସଦୃଶ ଏହି ବ୍ୟକ୍ତିଙ୍କ ପାଇଁ ଅନେକ ଲୋକ ତ୍ରାହି ତ୍ରାହି ଡାକୁଥିବା ବେଳେ ଏହା ପଛରେ ନିଦ୍ଧିଷ୍ଟ ଭାବେ ଜୈନିକ କିରାଣୀ ରଥଙ୍କ ପ୍ରୋତ୍ସାହନ କାର୍ଯ୍ୟକାରୀ ହେଉଥିବା ଜଣାଯାଇଛି । ଏ ରଥ ଏବଂ ପଟ୍ଟନାୟକଙ୍କ ମିଲିଭଗତରେ ଚାଲିଥିବା କେଳେଙ୍କାରୀ ପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।