ଅଟୋକୁ ଧକ୍କାଦେଲା ଟ୍ରକ, ଚାଲିଗଲା ୩ ଜୀବନ

ବରଗଡ଼, ବରଗଡ଼ ସହର ନିକଟରେ ଦୀପାବଳି ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୩ଜଣଙ୍କ ଜୀବନ ଚାଲି ଯାଇଛି। ଏ ପର୍ଯ୍ୟନ୍ତ ମୃତକମାନଙ୍କ ପରିଚୟ ମିଳିନାହିଁ। ୩ଜଣ ଯୁବକ ଗୋଟିଏ ଅଟୋରେ ବରଗଡ଼ରୁ ବରପାଲି ଅଭିମୁଖେ ଯାଉଥିଲେ। ଏତିକି ‌ବେଳେ ଆଗରୁ ଆସୁଥିବା ଗୋଟିଏ ଟ୍ରକ୍‌ ଉକ୍ତ ଅଟୋକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ସେଥିରେ ଥିବା ୩ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାଯାଇଛି।

Leave A Reply

Your email address will not be published.