heatwave

୧୧ରୁ ବଢିବ ତାତି, ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଜାରି

  • Post category:ଓଡିଶା
  • Reading time:1 mins read

ଏଏନଏସ: ଆଗକୁ ଆହୁରି ଉପରମୁହାଁ ହେବ ପାରଦ । ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ୧୧ରୁ ୧୪ ତାରିଖ ଯାଏଁ ଅନେକ ସ୍ଥାନରେ ସ୍ୱାଭାବିକ ଠାରୁ ପ୍ରାୟ ୪ ଡିଗ୍ରୀ ପାରଦ ଉପରକୁ ଉଠିବାର ସମ୍ଭାବନା ରହିଛି। ତେବେ ଆଗାମୀ ୪ ଦିନ ଯାଏଁ ତାପମାତ୍ରାରେ କୌଣସି ପରିବର୍ତ୍ତନ ନଥିବା ନେଇ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି। କିନ୍ତୁ ଆସନ୍ତା ୧୧ ତାରିଖ ପରଠାରୁ ଏଥିରେ ପରିବର୍ତନ ପରିଲକ୍ଷିତ ହେବ। ଯାହାଫଳରେ ତାପମାତ୍ରା ବୃଦ୍ଧି ପାଇବାର ଆଶଙ୍କା ରହିଛି । 

ଅନ୍ୟମାନଙ୍କୁ ଜଣାନ୍ତୁ।