You are currently viewing ରାଜ୍ୟରେ ଆଉ ୩ଦିନ ପ୍ରବଳ ବର୍ଷିବ!

ରାଜ୍ୟରେ ଆଉ ୩ଦିନ ପ୍ରବଳ ବର୍ଷିବ!

ଭୁବନେଶ୍ବର, ଘୂର୍ଣ୍ଣିବଳୟ ପ୍ରଭାବରେ ତିନିଦିନ ବର୍ଷା ହେବ । ପଶ୍ଚିମବଙ୍ଗ ଉପରେ ଆସନ୍ତାକାଲି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହିତ ସେପ୍ଟେମ୍ବର ୨ରେ ଝାଡ଼ଖଣ୍ଡ ଉପରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାଫଳରେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ରାଜ୍ୟର କିଛି ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି। ଆସନ୍ତାକାଲି ଗଜପତି, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରିର କିଛି ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ତେଣୁ ଆଗାମୀ ୨୪ ଘଣ୍ଟା ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।