You are currently viewing ମିଗଜୋମ ପ୍ରଭାବରେ ପ୍ରବଳ ବର୍ଷା: ଆଜି ସୁନ୍ଦରଗଡରେ ସବୁ ସ୍କୁଲ ଛୁଟି ଘୋଷଣା

ମିଗଜୋମ ପ୍ରଭାବରେ ପ୍ରବଳ ବର୍ଷା: ଆଜି ସୁନ୍ଦରଗଡରେ ସବୁ ସ୍କୁଲ ଛୁଟି ଘୋଷଣା

ସୁନ୍ଦରଗଡ: ବାତ୍ୟା ମିଗଜୋମ୍ ସ୍ଥଳଭାଗ ଛୁଇଁ ଦୁର୍ବଳ ହୋଇସାରିଛି। କିନ୍ତୁ ଏହାର ପ୍ରଭାବରେ ଓଡ଼ିଶାର କିଛି ସ୍ଥାନରେ ଅଦିନିଆ ବର୍ଷା ଜାରି ରହିଛି । ପୁରା ପାଗ କାଉଁଳିଆ ରହିଥିବା ବେଳେ  ହଠାତ୍ ଥଣ୍ଡା ବଢିଯାଇଛି। ଦିନର ତାପମାତ୍ରା ଖସିବା ସହ ଦୁଇ ଦିନରେ ତାପମାତ୍ରା ୫ ଡିଗ୍ରୀ କମିଛି । ଖାଲି ଜନଜୀବନ ନୁହେଁ , ଚାଷବାସ ମଧ୍ୟ ଏଥିରେ ପ୍ରଭାବିତ ହୋଇଛି ।

ବିଶେଷ କରି କୋରାପୁଟ , ନବରଙ୍ଗପୁର , ସୁନ୍ଦରଗଡ , ଗଞ୍ଜାମ , ଗଜପତି ଓ କନ୍ଧମାଳ ଜିଲ୍ଲାରେ ତୁହାକୁ ତୁହା ବର୍ଷା ଜାରି ରହିଛି । ଲଗାଣ ବର୍ଷା ଯୋଗୁଁ ଚାଷୀର ଚାଷ ଜମି ପୁରା ଜଳମଗ୍ନ ହୋଇ ଛାରଖାର ହୋଇଯାଇଛି । ସେପଟେ ଲଗାଣ ବର୍ଷା ଯୋଗୁଁ ସୁନ୍ଦରଗଡରେ ଆଜି ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସବୁ ସରକାରୀ , ବେସରକାରୀ ଓ ଅଙ୍ଗନବାଡି କେନ୍ଦ୍ର ଗୁଡିକ ବନ୍ଦ ରହିଛି । ସ୍କୁଲ ଛୁଟି ନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଡିଇଓ ସୂଚନା ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।