ପୁରୀ, ଶ୍ରୀମନ୍ଦିର ସେବାୟତ ସଂକ୍ରମଣ ସଂଖ୍ୟା ବଢ଼ିବା ପରେ ଯାଞ୍ଚ କଡ଼ାକଡ଼ି କରିଛି ଶ୍ରୀମନ୍ଦିର ପ୍ରଶାସନ। କୌଣସି ପରିସ୍ଥିତିରେ ବି କାହାରିକୁ କ୍ଷମା ଦିଆଯିବନି। ସାମାନ୍ୟ ତ୍ରୁଟି ଜଣାପଡ଼ିଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଶ୍ରୀମନ୍ଦିରକୁ ସଂକ୍ରମଣମୁକ୍ତ ରଖିବା ତଥା ମହାପ୍ରଭୁଙ୍କ ନୀତିକାନ୍ତି, ସେବାପୂଜାକୁ ନିର୍ବିଘ୍ନରେ ସଂପାଦନ ପାଇଁ ଶ୍ରୀମନ୍ଦିର ସେବାୟତ, ଜେଟିପି, କର୍ମଚାରୀଙ୍କ କ୍ଷେତ୍ରରେ ଏଭଳି କିଛି କଡ଼ା ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିରରେ ବର୍ତ୍ତମାନ କରୋନା ସଂକ୍ରମିତ ସେବାୟତଙ୍କ ସଂଖ୍ୟା ୪ଶହ ଟପିଲାଣି। ୫୩ଜଣ ଶ୍ରୀମନ୍ଦିର କର୍ମଚାରୀ ବି ସଂକ୍ରମିତ ହୋଇ ସାରିଲେଣି। ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବଢ଼ି ଚାଲିଥିବାରୁ ଶ୍ରୀମନ୍ଦିରରେ ନୀତିକାନ୍ତି ପ୍ରଭାବିତ ହେଉଛି। ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ଶ୍ରୀମନ୍ଦିରରେ କରୋନା ଯାଞ୍ଚ ସହ ପାନ, ଗୁଟ୍ଖା ଆଦି ଉପରେ କଡ଼ା ନଜର ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଯାଞ୍ଚ ବ୍ୟବସ୍ଥା ସହ ଅନ୍ୟ ଆଦେଶ ସଠିକ୍ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ, ତାର ଅନୁଧ୍ୟାନ ପାଇଁ ଡେପୁଟି ଆଡ୍ମିନିଷ୍ଟେସନ୍ଙ୍କ ନେତୃତ୍ବରେ ଏକ କମିଟି ଗଠନ କରାଯାଇଛି ।

ଶ୍ରୀମନ୍ଦିରରେ ଯାଞ୍ଚ କଡ଼ାକଡ଼ି
- Post published:September 30, 2020
- Post category:ଓଡିଶା
- Reading time:1 mins read