You are currently viewing ଚିନ୍ତା ବଢ଼ାଉଛି ଖୋର୍ଦ୍ଧା ଜିଲ୍ଲା

ଚିନ୍ତା ବଢ଼ାଉଛି ଖୋର୍ଦ୍ଧା ଜିଲ୍ଲା

  • Post category:ଓଡିଶା
  • Reading time:1 mins read

ଖୋର୍ଦ୍ଧା, ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଚିହ୍ନଟ ହେଉଛନ୍ତି କରୋନା ସଂକ୍ରମିତ । ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲା ଏବେ ହଟସ୍ପଟ ଅଞ୍ଚଳ ଭାବେ ପରିଚିତ । ଅଲଗା ଜିଲ୍ଲା ଅପେକ୍ଷା ଏହି ଜିଲ୍ଲାରୁ ପ୍ରତିଦିନ ପୁଳେ ପୁଳେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଆଗରୁ ଗଞ୍ଜାମ ଜିଲ୍ଲାରୁ ଅନେକ ମାତ୍ରାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ, ଏବେ ଗଞ୍ଜାମର ସ୍ଥାନ ନେଇଛି ଖୋର୍ଦ୍ଧା । ଆଜି ରାଜ୍ୟରେ ୨୨୩୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ଖୋର୍ଦ୍ଧା ଜିଲ୍ଲାରୁ ହିଁ ସର୍ବାଧିକ ୪୧୯ ଚିହ୍ନଟ ହୋଇଛନ୍ତି ।

ଏବେ କ୍ରମାଗତ ଖୋର୍ଦ୍ଧା ଜିଲ୍ଲାର ଆକ୍ରାନ୍ତ ସଂଖ୍ୟା ବୃଦ୍ଧିକୁ ନେଇ ଚିନ୍ତାରେ ପ୍ରଶାସନ । ଏତେସବୁ ନିୟମକାନୁନ ଓ କଟକଣା ଭିତରେ ବି ସଂକ୍ରମଣ ଚେନକୁ ରୋକିବାରେ ବିଫଳ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ଅନ୍ୟପକ୍ଷରେ କ୍ୱାରେଣ୍ଟାଇନ ସେଣ୍ଟରର ଆକ୍ରାନ୍ତଙ୍କ ଅପେକ୍ଷା ସ୍ଥାନୀୟ ଆକ୍ରାନ୍ତ ବେଶି ଚିନ୍ତା ବଢ଼ାଇଛନ୍ତି । ଉଭୟ ପ୍ରଶାସନ ଓ ଜନସାଧାରଣଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ଖୋର୍ଦ୍ଧା ଜିଲ୍ଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।