You are currently viewing ହାଇକୋର୍ଟଙ୍କ ରାୟ; ଏଣିକି ପ୍ରେସକ୍ରିପସନରେ ସ୍ପଷ୍ଟ ଅକ୍ଷର ଲେଖିବେ ଡାକ୍ତର

ହାଇକୋର୍ଟଙ୍କ ରାୟ; ଏଣିକି ପ୍ରେସକ୍ରିପସନରେ ସ୍ପଷ୍ଟ ଅକ୍ଷର ଲେଖିବେ ଡାକ୍ତର

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, ବହୁ ସମୟରେ ଡାକ୍ତରଙ୍କ ଅକ୍ଷର ପଢ଼ିବା ସମ୍ଭବ ହୋଇନଥାଏ । ଡାକ୍ତରମାନେ କ୍ୟାପିଟାଲ ଲେଟରରେ ଭଲ ଭାବରେ ପ୍ରେସକ୍ରିପସନ ଲେଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏମ୍‌ସିଆଇର ଗାଇଡ଼ଲାଇନ ଅନୁସାରେ ଏହି ନିୟମକୁ କାର୍ଯ୍ୟକାରୀ କରିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ହାଇକୋର୍ଟ କହିଛନ୍ତି । ଡାକ୍ତରମାନଙ୍କ କଦର୍ଯ୍ୟ ଲେଖା ଯୋଗୁଁ ଜଣେ ରୋଗୀ ଅସୁବିଧାରେ ମଧ୍ୟ ପଡ଼ିପାରେ । ତେଣୁ ଏସବୁକୁ ଦୃଷ୍ଟିରେ ରଖି ହାଇକୋର୍ଟ ଏଭଳି ପରାମର୍ଶ ଡାକ୍ତରମାନଙ୍କୁ ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।