You are currently viewing ଘରୋଇ ସ୍କୁଲ ଫି ବୃଦ୍ଧି ମାମଲାରେ ହାଇକୋର୍ଟ ଦେଲେ ପରାମର୍ଶ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲାରେ ହାଇକୋର୍ଟ ଦେଲେ ପରାମର୍ଶ

କଟକ, ହାଇକୋର୍ଟରେ ବେସରକାରୀ ସ୍କୁଲ ଫି ବୃଦ୍ଧି ମାମଲାର ଆପୋସ ସମାଧାନ ପାଇଁ ହାଇକୋର୍ଟ ପରାମର୍ଶ ଦେଇଛନ୍ତି । ଏହାସହ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ମିଳିତ ବୈଠକ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଅଭିଭାବକ, ଶିକ୍ଷକ ଓ ବେସରକାରୀ ସ୍କୁଲ ପ୍ରତିନିଧିଙ୍କୁ ନେଇ ବୈଠକ ହେବ । ବୈଠକ ହେବା ପରେ ଯାହା ବି ନିଷ୍ପତ୍ତି ନିଆଯିବ ହାଇକୋର୍ଟଙ୍କୁ ଅବଗତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋର୍ଟ ଆସନ୍ତା ସପ୍ତାହରେ ଏହି ମାମଲାର ଶୁଣାଣୀ କରିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।