ଭୁବନେଶ୍ୱର, ବିଧାନସଭା ସମ୍ମୁଖରେ ଜଣେ ଯୁବକଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି। ବିଧାନସଭା ଚାଲିଥିବା ବେଳେ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ସତ୍ତ୍ୱେ ଜଣେ ଯୁବକ ହଠାତ୍ ସେଠାରେ ପହଞ୍ଚି ଜଣେ ମହିଳାଙ୍କୁ କାବୁ କରି ତାଙ୍କ ବେକରେ ଛୁରୀ ଲଗାଇ ଦେଇଥିଲେ। ପାଖରେ ଥିବା ପୁଲିସ୍ କର୍ମଚାରୀ ସେଠାରେ ପହଞ୍ଚି ଯୁବକଙ୍କୁ ନିୟନ୍ତ୍ରଣ କରି ବହୁ କଷ୍ଟରେ ତାଙ୍କ କବଳରୁ ମହିଳାଙ୍କୁ ଉଦ୍ଧାର କଲେ। ବିଧାନସଭା ଚାଲିଥିବା ବେଳେ ଯୁବକଙ୍କ ଉନ୍ମତ୍ତକାଣ୍ଡକୁ ନେଇ ଚର୍ଚ୍ଚା ଜୋର ଧରିଛି ।
