You are currently viewing ହୋମ୍ ଆଇସୋଲେସନ୍‌ରେ ରହିପାରିବେ କରୋନା ସଂକ୍ରମିତ ଗଭବର୍ତୀ

ହୋମ୍ ଆଇସୋଲେସନ୍‌ରେ ରହିପାରିବେ କରୋନା ସଂକ୍ରମିତ ଗଭବର୍ତୀ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, ରାଜ୍ୟରେ କରୋନା ସ୍ଥିତି ନେଇ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି ରାଜ୍ୟ ସରକାର । ସାମାଜିକ ଦୂରତା, ମାସ୍କ ପିନ୍ଧିବା ଓ ହାତ ଧୋଇବା ଜରୁରୀ ବୋଲି କୁହାଯାଇଛି । ଗର୍ଭବତୀ ମହିଳା କରୋନା ପଜିଟିଭ ବାହାରିଲେ ସେମାନେ ହୋମ୍ଆଇସୋଲେସନରେ ରହିପାରିବେ । କିନ୍ତୁ ଏଥିପାଇଁ ଅଧିକ ସତର୍କ ରହିବାକୁ ପଡ଼ିବ। ସେମାନଙ୍କୁ ଅଲଗା ରହିବାକୁ ହେବ। ଅଲଗା କୋଠରୀ, ଶୌଚାଳୟ ରହିବା ଜରୁରୀ। ଏହି ସମୟ‌ରେ ସେ କାହା ସହ ମିଶିବେ ନାହିଁ। ସୁଷମ ଖାଦ୍ୟ, ଭିଟାମିନ ଯୁକ୍ତ ଖାଦ୍ୟ ଓ ଔଷଧ ଖାଇବା ଜରୁରୀ। ପଜିଟିଭ ଥିବା ମା ପାଖରୁ ଜନ୍ମିତ ଶିଶୁ ପଜିଟିଭ ବାହାରିବା ଆଶଙ୍କା କମ ରହିଛି । କିନ୍ତୁ ମାକୁ ଅଧିକ ସତର୍କତା ରହିବା ଜରୁରୀ ନଚେତ ଶିଶୁ ସଂକ୍ରମିତ ହୋଇପାରେ । ହୋମ ଆଇସୋଲେସନରେ ଥିବା ବେଳେ ଆକ୍ରାନ୍ତଙ୍କ ପାଖେ ନିଦ୍ରାହୀନତା ଦେଖାଦେବାର ଆଶଙ୍କା ରହିଛି । ମାନସିକ ରୋଗ ଥିବା ଓ ବୟସ୍କଙ୍କ ପ୍ରତି ଅଧିକ ରିସ୍କ ରହିଥାଏ । ତେଣୁ ଯୋଗ, ପ୍ରାଣାୟମ ସହ ଇନଡ଼ୋର ଗେମ୍ ଖେଳିବା ଆବଶ୍ୟକ ।

ଅନ୍ୟମାନଙ୍କୁ ଜଣାନ୍ତୁ।