You are currently viewing ଓଡ଼ିଶା ପରେ ରାଜସ୍ଥାନରେ ରହସ୍ୟମୟୀଙ୍କ ହନିଟ୍ରାପ୍

ଓଡ଼ିଶା ପରେ ରାଜସ୍ଥାନରେ ରହସ୍ୟମୟୀଙ୍କ ହନିଟ୍ରାପ୍

ବାଲେଶ୍ଵର(ଏଏନଏସ) ୨୭.୧୦.୨୦୨୧,  ଚାନ୍ଦିପୁର ଡ଼ିଆରଡ଼ିଓ ତଥ୍ୟ ଲିକ୍ ମାମଲାରେ  ଆସିଲା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଓଡ଼ିଶା ପରେ ରାଜସ୍ଥାନରେ ରହସ୍ୟମୟୀଙ୍କ ହନିଟ୍ରାପ୍‌ ଘଟଣା ସାମ୍ନାକୁ ଆସିଛି।ରାଜସ୍ଥାନ ଯୋଧପୁର ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସ କର୍ମଚାରୀଙ୍କୁ ହନିଟ୍ରାପ୍ ହନିଟ୍ରାପ୍‌ କରିଥିବା ସୂଚନା ମିଳିଛି।

ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ହନିଟ୍ରାପ୍‌ କରାଯାଇଥିବା ଜଣାପଡ଼ିଛି। ଏନେଇ ରାଜସ୍ଥାନ ପୋଲିସ ଅକ୍ଟୋବର ୧୫ରେ ଏକ ମାମଲା ରୁଜୁ କରିବା ସହ ଓଡ଼ିଶା କ୍ରାଇମବ୍ରାଞ୍ଚ ସହ ଯୋଗାଯୋଗ କରିଛି ।
ଓଡ଼ିଶାରୁ ଗିରଫ ଅଭିଯୁକ୍ତଙ୍କ ଟଙ୍କା ନେଣଦେଣ ରିପୋର୍ଟ ମଧ୍ୟ ମିଳିଛି। ଜଣେ ଅଭିଯୁକ୍ତଙ୍କ ଆକାଉଣ୍ଟକୁ ଆସିଥିବା ଟଙ୍କାର ତଥ୍ୟ ମିଳିଛି । ଦୁବାଇର ଲୁଲୁ ଇଣ୍ଟରନ୍ୟାସନାଲ ଏକ୍ସଚେଞ୍ଜରୁ ଚାନ୍ଦିପୁରର ଜଣେ ଅଭିଯୁକ୍ତର ଆକାଉଣ୍ଟକୁ ୨୪ ହଜାର ଟଙ୍କା ଆସିଥିଲା। ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି। ମୋଟ ୩୮ ହଜାର ଟଙ୍କା ଆସିଥିବା ବେଳେ ବାକି ୧୪ ହଜାର ଟଙ୍କାର ତଥ୍ୟ ମିଳିପାରିନାହିଁ । 

ଅନ୍ୟମାନଙ୍କୁ ଜଣାନ୍ତୁ।