You are currently viewing ରାଉରକେଲା ବସଷ୍ଟାଣ୍ଡରୁ ଯୁବତୀ ଚାଲାଣ ବେଳେ ଧରିଲା ପୁଲିସ

ରାଉରକେଲା ବସଷ୍ଟାଣ୍ଡରୁ ଯୁବତୀ ଚାଲାଣ ବେଳେ ଧରିଲା ପୁଲିସ

ରାଉରକେଲା (ଏଏନ୍‌ଏସ୍‌),୨୧/୧୦: ରାଉରକେଲା ବସଷ୍ଟାଣ୍ଡରୁ ଯୁବତୀ ଚାଲାଣ ବେଳେ ଧରିଲା ପୁଲିସ  । ବୁଧବାର ରାତି ପ୍ରାୟ ୮ଟା ୩୦ମିନିଟ୍ ରେ ରାଉରକେଲା ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ ବସଷ୍ଟାଣ୍ଡରୁ ୩ ଯୁବତୀଙ୍କ ସହ ୬ ନାବାଳିକା ଉଦ୍ଧାର କରିଛି ପୁଲିସ । ଉଦ୍ଧାର ୩ ଯୁବତୀଙ୍କ ସହ ୬ ନାବାଳିକା ବଣେଇ ଏବଂ କୋଇଡା ଅଞ୍ଚଳର ବୋଲି ଜଣାପଡିଛି ।  ଏମାନଙ୍କୁ ଅଧିକ ରୋଜଗାରର ପ୍ରଲୋଭନ ଦେଖାଇ ବିଜୟ ଚୁଙ୍ଗୁଡି ଫ୍ୟାକ୍ଟ୍ରିରେ କାମ କରାଇବାକୁ ନେଇ ଯାଉଥିବା ଦୁଇ ଦଲାଲ୍ ଅଟକ ରିଖି ତଦନ୍ତ କରୁଛି ପୁଲିସ । ଉଦ୍ଧାର ହୋଇଥିବା ନାବାଳିକାଙ୍କୁ ଚାଇଲଡ୍ ଲାଇନର ଦୀଶା ସେଣ୍ଟର ରେ ରଖାଯାଇଥିବା ସୂଚନା ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।