You are currently viewing ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା, ୬ ସସ୍‌ପେଣ୍ଡ

ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା, ୬ ସସ୍‌ପେଣ୍ଡ

ଭୁଵନେଶ୍ବର, ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କର୍ତ୍ତବ୍ୟ ଅବହେଳାରୁ ୬ ପୁଲିସ୍‌ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଏସ୍‌ପି।
ସୂଚନା ଅନୁଯାୟୀ, ବିଭାଗୀୟ ତଦନ୍ତ ପରେ ଜଣେ ହାବିଲଦାର ଓ ୫ କନଷ୍ଟେବଲଙ୍କୁ ନିଲମ୍ବନ କରାଯାଇଛି।

ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିବାକୁ ଭୁବନେଶ୍ବର ରେଳ ଷ୍ଟେସନରେ ଛାନଭିନ କରାଯାଉଛି । ହାଇଦରର ଫଟୋ ଦେଖାଇ ଲୋକଙ୍କୁ ପଚରାଉଚରା ଜାରି ରହିଛି । ସାଦା ପୋଷାକରେ ବିଭିନ୍ନ ସ୍ଥାନରେ ପୋଲିସର ଚଢ଼ାଉ ଜାରି ।

ଅନ୍ୟମାନଙ୍କୁ ଜଣାନ୍ତୁ।