You are currently viewing ନେତାଜୀ ଜୟନ୍ତୀ କମିଟିରେ ଓଡ଼ିଶାକୁ ଉପେକ୍ଷା: କଂଗ୍ରେସ

ନେତାଜୀ ଜୟନ୍ତୀ କମିଟିରେ ଓଡ଼ିଶାକୁ ଉପେକ୍ଷା: କଂଗ୍ରେସ

ଭୁବନେଶ୍ୱର: ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ବାର୍ଷିକୀ ପାଳନ ନିମନ୍ତେ କେନ୍ଦ୍ର ସରକାରଙ୍କ ଘୋଷିତ ୮୫ ଜଣିଆ ଜାତୀୟ କମିଟିରେ ଓଡ଼ିଶାକୁ ଉପେକ୍ଷା କରାଯାଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଉଠାଇଲା କଂଗ୍ରେସ | ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଲକ୍ଷ୍ୟରେ ରାଜନୈତିକ ଉଦ୍ଦେଶ୍ୟରେ ଗଠନ କରାଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିବା ସହିତ ନେତାଜୀ ଓଡ଼ିଶାର ନୁହଁନ୍ତି ବୋଲି ପ୍ରମାଣତି କରିବାକୁ ଚେଷ୍ଟା କରିଛନ୍ତି ବିଜେପି ଏବଂ କେନ୍ଦ୍ର ସରକାର ବୋଲି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଗଠନ ହୋଇଥିବା ୮୫ଜଣିଆ କମିଟିରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଓଡ଼ିଶାରୁ ମାତ୍ର ୩ଜଣ ସଦସ୍ୟ ଅଛନ୍ତି । କଂଗ୍ରେସର ଅଭିଯୋଗ ଯେ ନେତାଜୀ ଓଡ଼ିଶା ମାଟିର କଟକ ସହରେ ଜନ୍ମ ଗ୍ରଣେ କରିଥିଲେ । ସେଥିଯୋଗୁଁ କମିଟିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କଟକ ସାଂସଦ ଭର୍ତ୍ତୃହରି ମହତାବ ସ୍ୱାଭାବିକ ଭାବେ ସ୍ଥାନ ପାଇବେ । କମିଟିର ସମନ୍ୱୟକାରୀ ଭୂମିକା ତୁଲାଇବା ପାଇଁ ପ୍ରଧାନମନ୍ତ୍ରୀ ପ୍ରମୁଖ ସଚିବ ପି କେ ମିଶ୍ରଙ୍କୁ ମଧ୍ୟ କମିଟିରେ ନିଆଯାଇଛି । କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛି ଯେ ଓଡ଼ିଶାରେ କ’ଣ ଆଉ କେହି ଯୋଗ୍ୟ ବ୍ୟକ୍ତି ନାହାନ୍ତି ?
ପଶ୍ଚମବଙ୍ଗର ଆଗାମୀ ବିଧାନସଭା ନିର୍ବାଚନକୁ ଆଖିଆଗରେ ରଖି ଓଡ଼ିଶାର ସ୍ୱାଭିମାନ ପ୍ରତିଷ୍ଠା ଗୌରବମୟ ଇତିହାସକୁ କୁଠାରଘାତ କରିବା ସହିତ ଓଡ଼ିଶାର ରାଜନେତା, ବୁଦ୍ଧିଜୀବି ଏବଂ ବିଭିନ୍ନ ବର୍ଗରେ ପାରିଦର୍ଶିତ ଲାଭ କରିଥିବା ବ୍ୟକ୍ତିମାନଙ୍କୁ ଅପମାନିତ କରିଛନ୍ତି ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାର । ନେତାଜୀ ଓଡ଼ିଶାର ଗର୍ବ, ଗୌରବଗାଥା, ସ୍ୱାଭିମାନ ତୁରନ୍ତ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଉପରେ ଚାପ ସୃଷ୍ଟିକରନ୍ତୁ ଏବଂ ବାହାସପୋଟ ମାରୁଥିବା ଓଡ଼ିଶାର ୨ କେନ୍ଦ୍ରମନ୍ତ୍ରୀ ଜାତୀୟ ରାଜନୀତିରେ ତାଙ୍କର ପତିଆରା ଦେଖାନ୍ତୁ । ଅନ୍ତତପକ୍ଷେ ରାଜ୍ୟରୁ ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଲାଭ କରିଥିବା ୨୫ଜଣ ବ୍ୟକ୍ତିବିଶେଷଙ୍କୁ ଏହି କମିଟିରେ ସାମିଲ କରାଯାଉ ବୋଲି କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛି ରାଜ୍ୟ କଂଗ୍ରେସ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମନୋରଞ୍ଜନ ଦାଶ, ରଶ୍ମି ମହାପାତ୍ର, ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।