You are currently viewing ଫିଟୁଛି ପରୀ ହତ୍ୟାକାଣ୍ଡର ଗୁମର: ପ୍ରେସମିଟ୍‌ରେ ବୋଥ୍ରା ଦେଲେ ଅନେକ ତଥ୍ୟ

ଫିଟୁଛି ପରୀ ହତ୍ୟାକାଣ୍ଡର ଗୁମର: ପ୍ରେସମିଟ୍‌ରେ ବୋଥ୍ରା ଦେଲେ ଅନେକ ତଥ୍ୟ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, ଧୀରେ ଧୀରେ ଖୋଲିବାରେ ଲାଗିଛି ବହୁ ଚର୍ଚ୍ଚିତ ନୟାଗଡ଼ ଜିଲ୍ଲା ପରୀ ହତ୍ୟାକାଣ୍ଡର ଗୁମର । ଅଭିଯୁକ୍ତକୁ ଗିରଫ କରିଛି ଏସଆଇଟି । ଆଜି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଏକ ପ୍ରେସମିଟ କରି ପରୀ ହତ୍ୟାକାଣ୍ଡର ସମସ୍ତ ଘଟଣା ବଖାଣିଛନ୍ତି । ସୂଚନା ଥାଉକି, ଗତକାଲି ଗିରଫ ପରେ ଅଭିଯୁକ୍ତର ମେଡ଼ିକାଲ ଟେଷ୍ଟ କରାଯାଇଥିଲା । ଘଟଣାର ଅଧିକ ତଥ୍ୟ ସଂଗ୍ରହ ପାଇଁ ଅଭିଯୁକ୍ତକୁ ଗିରଫ ପରେ ତା’ନିଜ ଘରକୁ ନିଆଯାଇଥିଲା । ଏପଟେ ଅଭିଯୁକ୍ତ ଦୁଷ୍କର୍ମ କରିଥିବା କହିଛି ଏସଆଇଟି, କିନ୍ତୁ ସେପଟେ ଖୋଦ୍ ଅଭିଯୁକ୍ତ ମାନିବାକୁ ନାରାଜ । ପରିବାର ଲୋକଙ୍କ ଅଭିଯୋଗ ଯେ, ପୋଲିସ ମାଡ଼ ମାରି ଆମ ପୁଅକୁ ଦୋଷ ସ୍ୱିକାର କରିବାକୁ ବାଧ୍ୟ କରିଛି । କିନ୍ତୁ ଆମ ପୁଅ ନିର୍ଦ୍ଦୋଶ ।


ପରୀକୁ ଅଭିଯୁକ୍ତ କେମିତି ଓ କାହିଁକି ମାରିଥିଲା ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ପ୍ରେସମିଟ ଜରୀଆରେ ଜଣାଇଛନ୍ତି । ପରୀକୁ ପ୍ରଥମେ ହତ୍ୟା କରାଯାଇଛି ଓ ପରେ ଦୁଷ୍କର୍ମ । ଏସବୁ ଯଦୁପୁର ଗାଁର ସରୋଜ ସେଠି ହିଁ କରିଛି । ସରୋଜର ଫୋନରୁ କିଛି ତଥ୍ୟ ମିଳିଥିବାବେଳେ, ତଦନ୍ତ ସମୟରେ ସରୋଜ ନିଜେ ସବୁ ସ୍ୱୀକାର କରିଥିବା କହିଛନ୍ତି ବୋଥ୍ରା । ଏ ଘଟଣାରେ ଏପର୍ଯ୍ୟନ୍ତ କୌଣସି ଆଇଉଇଟ୍‌ନେସ ଧରାପଡ଼ିନାହିଁ ।

ପରୀର ଶରୀରକୁ ଫିଙ୍ଗିବାରେ ସରୋଜ ନଡ଼ିଆ ବାହାଙ୍ଗାର ବ୍ୟବହାର ମଧ୍ୟ କରିଥିଲା । ତେଣୁ ଉକ୍ତ ବାହାଙ୍ଗାର ଡିଏନଏ ଟେଷ୍ଟ କରାଯିବା ପରେ ଅଧିକ ପ୍ରମାଣ ମିଳିପାରେ । ଏଥିପାଇଁ ହାଇଦ୍ରାବାଦ ଓ ଦିଲ୍ଲୀର ଦୁଇଟି ସଂସ୍ଥାକୁ ନିବେଦନ କରାଯାଇଛି ବୋଲି ପ୍ରେସମିଟ୍‌ରେ କହିଛନ୍ତି ବୋଥ୍ରା ।

ଅନ୍ୟମାନଙ୍କୁ ଜଣାନ୍ତୁ।