You are currently viewing କେଉଁ ଜେଲରେ ରଖାଯିବ ଗୋପାଳ ଦାସକୁ

କେଉଁ ଜେଲରେ ରଖାଯିବ ଗୋପାଳ ଦାସକୁ

  • Post category:ଓଡିଶା
  • Reading time:1 mins read

ଝାରସୁଗୁଡା(୧୪.୨.୨୩) : ନବ ଦାସ ହତ୍ୟା ଅଭିଯୁକ୍ତ ଗୋପାଳ ଦାସ କେଉଁଠି ରହିବ ? ଗୋପାଳର ସୁରକ୍ଷା ନେଇ ଜେଲ ବିଭାଗ ଚିନ୍ତା ବଢିଛି । ଘଟଣାର ଗମ୍ଭୀରତାକୁ ନଜରରେ ରଖି ତାପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ଏହାସହ ଗୋପାଳ ଜଣେ ମାନସିକ ରୋଗୀ । ତେଣୁ କେଉଁ ଜେଲରେ ରଖାଯିବ, ତାକୁ ନେଇ ଚାଲିଛି ବିଚାର ବିମର୍ଶ । ଗୋପାଳକୁ ଚୌଦ୍ୱାର ସର୍କଲ ଜେଲ୍‌କୁ ସ୍ଥାନାନ୍ତର ହୋଇପାରେ । ସୁରକ୍ଷା ଦୃଷ୍ଟିରୁ ଝାରସୁଗୁଡ଼ା ସବ୍‌ ଜେଲ କର୍ତ୍ତୃପକ୍ଷ ଏନେଇ ଜେଲ୍‌ ଡିଜିଙ୍କୁ ଅନୁରୋଧ କରିଥିଲେ । ଜେଲ ଡିଜି ମନୋଜ ଛାବ୍ରା ଏହାକୁ ଅନୁମୋଦନ କରିଛନ୍ତି ।  ତେବେ ଝାରସୁଗୁଡ଼ା ସବ୍‌ ଜେଲ ପକ୍ଷରୁ ଏନେଇ ଝାରସୁଗୁଡ଼ା କୋର୍ଟରେ ଆବେଦନ କରାଯିବ । କୋର୍ଟଙ୍କ ଅନୁମତି ମିଳିବା ପରେ ଗୋପାଳକୁ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରାଯିବ । ଜେଲରେ ଗୋପାଳର ସୁରକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ତାକୁ ଚୌଦ୍ୱାର ସର୍କଲ ଜେଲର ସ୍ୱତନ୍ତ୍ର ସେଲରେ ରଖାଯିବ । ଗୋପାଳ ଉପରେ ୨୪ ଘଣ୍ଟିଆ ନଜର ରଖାଯିବ । ସିସିଟିଭି କ୍ୟାମେରାରେ କଏଦ ହେବ ପ୍ରତି ସେକେଣ୍ଡର ଦୃଶ୍ୟ । ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ସରିବା ପରେ ଗୋପାଳ ଦାସ ଏବେ ଝାରସୁଗୁଡ଼ା ଜେଲ୍‌ରେ ରହିଛି । 

ଅନ୍ୟମାନଙ୍କୁ ଜଣାନ୍ତୁ।