You are currently viewing କରୋନା କଟକଣା ସମୟରେ ବଢ଼ୁଛି ଚୋରା ମଦବେପାର, ଚିନ୍ତାରେ ପୋଲିସ

କରୋନା କଟକଣା ସମୟରେ ବଢ଼ୁଛି ଚୋରା ମଦବେପାର, ଚିନ୍ତାରେ ପୋଲିସ

କରୋନା କଟକଣା ସମୟରେ ଚୋରାମଦ ବେପାରୀ ମାଲାମାଲ । ଅବକାରୀ ବିଭାଗ ବେଆଇନ ମଦ ଚାଲାଣକୁ ରୋକିବା ପାଇଁ ଅହରହ ଉଦ୍ୟମ କରୁଥିଲେ ମଧ୍ୟ ଚୋରା ବେପାରୀ କାବୁ କରିବା ଅସମ୍ଭବ ହୋଇପଡ଼ୁଛି । ସୂଚନା ମୁତାବକ, ଗତକାଲି ସନ୍ଧ୍ୟାରେ ବାଲୁଗାଁ ଡିଭିଜନ ଅବକାରୀ ବିଭାଗ ବାଣପୁର ଠାରୁ ବାଲୁଗାଁକୁ ଚୋରା ଦେଶୀ ମଦ ଚାଲାଣ ହେଉଥିବା ସୂଚନାପାଇ ଜିଲ୍ଳା ମୋବାଇଲ ଟିମ, ଆଇସି ହୃଦୟ ଚନ୍ଦ୍ର ସାମନ୍ତ, ବାଲୁଗାଁ ଅବକାରୀ ବିଭାଗର ଓ ଆଇ ସି ମନୋଜ ବାରିକଙ୍କ ତତ୍ବାବଧାନରେ ଚାରିଜଣିଆ ଟିମ ଦ୍ୱାରା

ଅଚାନକ ଚଢ଼ାଉ କରି ବାଣପୁର କୋଶରଡା ରୋଡ଼ ସ୍ଥିତ ଘଣ୍ଟଶିଳା ନିକଟସ୍ଥ ହନୁମାନ ମନ୍ଦିର ସାମନାରେ ଉଭୟଙ୍କ ଠାରୁ ୧୧୩ ଲିଟର ଦେଶୀ ମଦ , ୩ ଗୋଟି ମୋଟର ସାଇକଲ ସହିତ ଅଭିଯୁକ୍ତ କିମ୍ଭିରିପଡା ଗ୍ରାମର ବସନ୍ତ ସ୍ୱାଇଁ, ବାଲୁଗାଁ ସାନ୍ତରାପୁର ସୂର୍ଯ୍ୟ ପ୍ରସାଦ ସେଠି, ବାଣପୁର ବାଲିପଦର ଗ୍ରାମର ଭରତ ପ୍ରଧାନ ଓ ବାଣପୁର ଚିଆଙ୍ଗ ସାହିର ମନୋଜ ଦାସକୁ କାବୁ କରିଥିଲେ। ଅଭିଯୁକ୍ତଙ୍କ ବିରୁଦ୍ଧରେ ଜିଲ୍ଲା ମୋବାଇଲ ଟିମ ଙ୍କ ଦ୍ଵାରା କେଶ ନମ୍ବର ୧୧୫,୧୧୬,୧୧୭/୨୦,୨୧ ଏବଂ ବାଲୁଗାଁ ଅବକାରୀଙ୍କ ଦ୍ଵାରା ୩୭/୨୦,୨୧ କେଶ ରୁଜ୍ଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।