ଭୁବନେଶ୍ୱର, କେନ୍ଦ୍ରର ଶ୍ରମ ଆଇନ ଏବଂ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଆଜି ସକାଳ ୬ ରୁ ୨୪ ଘଣ୍ଟିଆ ଦେଶବ୍ୟାପୀ ଚକ ଅଖ ବନ୍ଦ ଡାକରା ଦେଇଛନ୍ତି ୧୦ଟି ଟ୍ରେଡ୍ ୟୁନିୟନ। ଟ୍ରେଡ୍ ୟୁନିୟନ ପକ୍ଷରୁ ଦିଆଯାଇଥିବା ଏହି ବନ୍ଦ ଡାକରାକୁ ବାମ ଦଳ ସମେତ କଂଗ୍ରେସ ସମର୍ଥନ କରିଛି। ବନ୍ଦ ଡାକରାରେ ଅତ୍ୟାବଶ୍ୟକୀୟ ସେବାକୁ ବାଦ୍ ଦିଆଯାଇଛି। ଗାଡ଼ିମୋଟର, ଟ୍ରେନ୍, ବସ୍ ଚଳାଚଳ ବନ୍ଦ ରଖିବାକୁ CITUର ଆହ୍ୱାନ । ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳରୁ ଆରମ୍ଭ ହୋଇଛି ପିକେଟିଂ ଓ ରାସ୍ତାରୋକ। ଭୁବନେଶ୍ୱରର ବିଭିନ୍ନ ଛକରେ ଟ୍ରେଡ୍ ୟୁନିୟନ ଗୁଡ଼ିକ ପକ୍ଷରୁ ରାସ୍ତା ଅବରୋଧ କରାଯାଇଥିବା ବେଳେ ରାଉରକେଲାର ବିର୍ସାମୁଣ୍ଡା ଛକ ସମେତ ବିଭିନ୍ନ ସ୍ଥାନରେ ପିକେଟିଂ ଓ ରାସ୍ତାରୋକ କରାଯାଇଛି। ରାୟଗଡ଼ା ଓ ଗୁଣପୁରରେ ଟାୟାର ଜାଳି ରାସ୍ତାରୋକ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅନେକ ସ୍ଥାନରେ ଶ୍ରମିକ ସଂଗଠନମାନେ ଧାରଣା ଦେଇଛନ୍ତି।
ଗଞ୍ଜାମକୁ ଏକ ନମ୍ବର ଜିଲ୍ଲା କରିବା ପାଇଁ ସମସ୍ତେ ମିଶି କାମ କରିବା: ନବୀନ ପଟ୍ଟନାୟକଆମେରିକାର ମିସିସିପିରେ ଭୟଙ୍କର ଘୂର୍ଣ୍ଣିଝଡସଭାପତି ଭାବେ ନିର୍ବାଚିତ ହେଲେ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକରାଜଧାନୀରେ ଏନ୍କାଉଣ୍ଟରରୁକୁଣା ରଥଯାତ୍ରା ନେଇ ସମନ୍ୱୟ ବୈଠକ ଅନୁଷ୍ଠିତଆଜିଠାରୁ ଝଡ଼ବର୍ଷା ସମ୍ଭାବନାଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀଖୋଲିଲା ନକଲି ସାର୍ଟିଫିକେଟ ଗୁମରପରିବହନ ମନ୍ତ୍ରୀଙ୍କୁ ନବୀନଙ୍କ ଚିଠିରାଜଧାନୀରେ ଜନଜାତି ସୁରକ୍ଷା ମଞ୍ଚର ଶୋଭାଯାତ୍ରା