ଆନ୍ତର୍ଜାତୀୟ ସାକ୍ଷରତା ଦିବସ

ଆଜି ହେଉଛି ଆନ୍ତର୍ଜାତୀୟ ସାକ୍ଷରତା ଦିବସ । ପ୍ରତିବର୍ଷ ସେପ୍ଟେମ୍ବର ମାସ ୮ତାରିଖରେ ଏହି ଦିବସ ପାଳନ କରାଯାଇଥାଏ । ପ୍ରତିଟି କୋଣ ଅନୁକୋଣରେ ଶିକ୍ଷାର ଆଲୋକ ସଞ୍ଚାର କରିବା ନିମନ୍ତେ ଏହି ଆଇନ ପ୍ରଣୟନ କରାଯାଇଛି । ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ପ୍ରସ୍ତୁତ ହୋଇଛି ଅନେକ ଯୋଜନା ।

ଏହି ଦିବସଟି ୟୁନେସ୍କୋ ଦ୍ୱାରା ୧୯୬୬ ମସିହା ଅକ୍ଟୋବର ୨୬ ତାରିଖରେ ଘୋଷଣା କରାଯାଇଥିଲା । କିନ୍ତୁ ଏହା ପ୍ରଥମଥର ପାଇଁ ୧୯୬୭ରେ ପାଳନ କରାଗଲା । ସେବେପରଠାରୁ ଆଜି ପର୍ଯ୍ୟନ୍ତ ଏହି ଦିବସ ପାଳିତ ହୋଇଆସୁଛି । ସାଧାରଣତଃ ଲୋକମାନେ ବୁଝନ୍ତି ଯେ, ପଢ଼ିବା ଏବଂ ଲେଖିବା ପ୍ରଣାଳୀ ହିଁ ହେଉଛି ସାକ୍ଷରତାର ମୂଳ ଅର୍ଥ ।

ରାଷ୍ଟ୍ରର ବିକାଶ କ୍ଷେତ୍ରରେ ସାକ୍ଷରତା ଭୂମିକା ମୁଖ୍ୟ । ଆଜିର ଦିନଟି ସମସ୍ତଙ୍କ ପାଇଁ ଗୁରୁତ୍ତ୍ୱ ବହନ କରିଥାଏ । ନିଜର ଏବଂ ଦେଶର ଉନ୍ନତି ନିମନ୍ତେ ପ୍ରତିଟି ମଣିଷ ସାକ୍ଷର ହେବା ନିତ୍ୟାନ୍ତ ଜରୁରୀ ।