ବାପୁଙ୍କ ଆଗମନର ଶହେ ବର୍ଷ ପୁର୍ତ୍ତି

ଭୁବନେଶ୍ୱର, ଆଜି ହେଉଛି୨୦୨୧ ମସିହା ମାର୍ଚ୍ଚ ୨୩, ଠିକ ଶହେ ବର୍ଷ ପୂର୍ବେ ଆଜିର ଦିନରେ ଜାତିର ଜନକ ମହାତ୍ମାଗାନ୍ଧୀ ଓଡିଶା ଗସ୍ତରେ ଆସିଥିଲେ । ଆଜିର ଦ୍ୱେତ ନଗରୀରେ ଥିବା ଅନ୍ୟତମ ନଗର କଟକକୁ ଆସିଥିଲେ ଜାତିର ପିତା ବାପୁ । ଏହି ଉପଲକ୍ଷେ କଟକ ରେଳ ଷ୍ଟେସନ ଠାରୁ ବାପୁ ଯେଉଁ ରାସ୍ତା ଦେଇ କାଠଯୋଡି ନଦୀ କୂଳରେ ପହଞ୍ଚିଥିଲେ ଏବଂ ସେଠାରେ ସାଧାରଣ ସଭା କରିଥିଲେ ।

ସେହି ବାଟ ଦେଇ ଆଜି ଏକ ବିଶାଳ ଶୋଭାଯାତ୍ରା ଯିବାର କାର୍ଯ୍ୟକ୍ରମ ରହିଛି । ସ୍ୱାଧୀନତା ସଂଗ୍ରାମର ସ୍ମୃତି ବହନ କରୁଥିବା ଦରଘା ବଜାର ସ୍ଥିତ ପୁରୁଣା ଜେଲରେ ଏକ ଫଟୋ ଚିତ୍ର ପ୍ରଦର୍ଶନୀର ମଧ୍ୟ ଆୟୋଜନ କରାଯାଇଛି । ଏହି ପ୍ରଦର୍ଶନୀରେ ବାପୁ ୧୦୦ ବର୍ଷ ତଲେ ବ୍ୟବହାର କରିଥିବା ବିଭିନ୍ନ ସାମଗ୍ରୀକୁ ପ୍ରଦର୍ଶନ କରାଯାଇଛି । ଅନ୍ୟପଟେ ଆଜି ରାଜ୍ୟ ବିଧାନସଭାରେ ମଧ୍ୟ ଏନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ପ୍ରଶ୍ନକାଳ ଓ ଶୂନ୍ୟକାଳକୁ ବାତିଲ କରି ଗାନ୍ଧିଜୀଙ୍କ ଉପରେ ଆଲୋଚନା କରାଯାଇଥିବା ଦେଖାଯାଇଥିଲା ।

Leave A Reply

Your email address will not be published.