କୋଭିଡ କଟକଣାରେ ମନ୍ଦିରରେ ଦୀପ ଜଳାଇବେ ଭକ୍ତ

ଭୁବନେଶ୍ବର, ମନ୍ଦିରରେ ଦୀପ ଜାଳି ପାରିବେ ଭକ୍ତ। ଆସନ୍ତା କାଲି ସାରା ରାଜ୍ୟରେ ଜାଗର ଯାତ୍ରା ହେବ,କୋଭିଡ଼ ସଂକ୍ରମଣକୁ ନଜରରେ ରଖି ଏସ.ଆର.ସି, ଜାଗର ପାଇଁ ମାର୍ଗଦର୍ଶିକା ଜାରି କରିଥିଲେ ,ମାତ୍ର ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ ଅସନ୍ତୋଷ ଦେଖା ଦେଇଥିଲା। ତେବେ ପ୍ରଶାସକଙ୍କ ସହ ଆଲୋଚନା ପରେ ଲିଙ୍ଗରାଜଙ୍କ ନୀତି ଆରମ୍ଭ ହୋଇଛି। ସେବାୟତ ,ଜିଲ୍ଲାପାଳ,ଓ ଦେବୋତ୍ତର କମିଶନଙ୍କ ବୈଠକ ପରେ ନୀତି ଆରମ୍ଭ ହୋଇଛି ।ଆସନ୍ତା କାଲି ଠିକ ସମୟରେ ମହା ଦ୍ୱୀପ ଉଠିବା ନେଇ ନିଷ୍ପତ୍ତି ।ମନ୍ଦିର ଭିତରେ କୋଭିଡ଼ କଟକଣା ମାନି ଦ୍ୱୀପ ଜଳାଇ ପାରିବେ ଭକ୍ତ ।ପୂର୍ବନିଷ୍ପତି ଅନୁଯାୟୀ ଧାଡିରେ ଶ୍ରଦ୍ଧାଳୁ ଭଗବାନଙ୍କ ଦର୍ଶନ କରିପାରିବେ ।

Leave A Reply

Your email address will not be published.