You are currently viewing ମୁହଁ ଖୋଲିଲେ ଜାଗ୍ରତି

ମୁହଁ ଖୋଲିଲେ ଜାଗ୍ରତି

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ବର,ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷାଙ୍କ ଭିତରେ ଲାଗିଥିବା କଳିରେ ଆଉ ଜଣେ ତୃତୀୟ ବ୍ୟକ୍ତିର ନାଁ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା |ସେ ହେଲେ ଲୋକସଭା ଟିଭିର ସାମ୍ବାଦିକା ଜାଗ୍ରତି ଶୁକ୍ଲା | ସୋସିଆଲ ମିଡିଆରେ ତାଙ୍କୁ ଓ ଅନୁଭବଙ୍କୁ ନେଇ ଅଶାଳୀନ ଓ ଅପମାନଜନକ ମନ୍ତବ୍ୟ ଦିଆଯାଉଥିଲା |
ଶେଷରେ ଜାଗ୍ରତି ସୋସିଆଲ ମିଡିଆରେ ମୁହଁ ଖୋଲିଛନ୍ତି | ସେ ସୋସିଆଲ୍‌ ମିଡିଆରେ ଉଲ୍ଲେଖ କରିଛନ୍ତି, ବର୍ଷା ଓ ଅନୁଭବଙ୍କ ମଧ୍ୟରେ ବିବାଦ ସେମାନଙ୍କ ବ୍ୟକ୍ତିଗତ । କିନ୍ତୁ କିଛିଦିନ ହେବ ତାଙ୍କୁ ତା’ ଭିତରକୁ ଟଣାଯାଉଛି । ସୋସିଆଲ୍‌ ମିଡିଆରେ ତାଙ୍କୁ ଟ୍ରୋଲ୍‌ କରାଯାଉଛି । ତାଙ୍କ ପ୍ରତି ଅଶାଳୀନ ଓ ଅପମାନଜନକ ମନ୍ତବ୍ୟ ଦିଆଯାଉଛି ।
ଜାଗ୍ରତି ଆହୁରି ମଧ୍ୟ ଲେଖିଛନ୍ତି ଯେ, ଏଭଳି ଲୋକଙ୍କ ପ୍ରତି କୌଣସି ମନ୍ତବ୍ୟ ଦେବାକୁ ଚାହୁଁନଥିଲେ । ହେଲେ ଏବେ ସବୁ ସୀମା ଟପିଯାଇଛି । ସେ ଓ ତାଙ୍କ ପରିବାର ଏଥିପାଇଁ ବିଚଳିତ । ଘଟଣାରେ ସିଏମ୍‌ଓ ଓଡ଼ିଶାକୁ ହସ୍ତକ୍ଷେପ ପାଇଁ ଅନୁରୋଧ କରିଛନ୍ତି ଜାଗ୍ରତି । ଏଥିସହ ଏଭଳି ସମ୍ବେଦନଶୀଳ ଘଟଣାକୁ ଦୃଷ୍ଟି ଦେବାକୁ କେନ୍ଦ୍ରମନ୍ତ୍ରୀ ଜାଭଡେକର ଓ ଏନ୍‌ସିଡବ୍ଲୁକୁ ସେ ଅନୁରୋଧ କରିଛନ୍ତି । ଏପରିକି ଘଟଣାରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି ଜାଗ୍ରତି ।

ଅନ୍ୟମାନଙ୍କୁ ଜଣାନ୍ତୁ।