JEE, NEET ପରୀକ୍ଷା ପାଇଁ କୋହଳ ହେଲା କରୋନା କଟକଣା

ଭୁବନେଶ୍ୱର, JEE, NEET ପରୀକ୍ଷା ପାଇଁ କୋହଳ ହେଲା କରୋନା କଟକଣା। ପରୀକ୍ଷା କେନ୍ଦ୍ର ଥିବା ସ୍ଥାନ ମାନଙ୍କରେ ଲକଡାଉନ୍ ଓ ସଟଡ଼ାଉନ ହେବନାହିଁ। ଆସନ୍ତାକାଲି ଠାରୁ ୭ତାରିଖ ଏବଂ ସେପ୍ଟେମ୍ବର ୧୨ ରୁ ୧୪ ପର୍ଯ୍ୟନ୍ତ ଲାଗୁ ହେବନି କଟକଣା। ଏ ନେଇ ନିର୍ଦେଶ ଦେଇଛନ୍ତି ସ୍ଵତନ୍ତ୍ର ରିଲିଫ୍ କମିଶନର। JEE ମେନ୍ ପରୀକ୍ଷା ୧ରୁ ୬ ତାରିଖ ମଧ୍ୟରେ ହେବ। ଓଡ଼ିଶାର ୭ଟି ସହରରେ ୨୬ ପରୀକ୍ଷା କେନ୍ଦ୍ର କରାଯାଇଛି। ଓଡ଼ିଶାର ୩୭ ହଜାର ପରୀକ୍ଷାର୍ଥୀ JEE, NEET ପରୀକ୍ଷା ଦେବେ। ପିଲାଙ୍କ ସୁବିଧା ପାଇଁ ପ୍ରତି ଜିଲ୍ଲାରେ ନୋଡାଲ ସେଣ୍ଟର ହୋଇଛି। ପରିବହନ ବ୍ୟବସ୍ଥା ଦରକାର ଥିଲେ, ନୋଡାଲ ସେଣ୍ଟରରେ ଜଣାଇବେ। ପରୀକ୍ଷାର୍ଥୀଙ୍କ ଯାଆସ ନେଇ କୌଣସି କଟକଣା ରହିବ ନାହିଁ।

Leave A Reply

Your email address will not be published.